ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୮ମ କିସ୍ତି ପାଇବାକୁ ଏମିତି କରନ୍ତୁ ରେଜିଷ୍ଟ୍ରେସନ

କେନ୍ଦ୍ର ସରକାର କୃଷକ ମାନଙ୍କୁ ପ୍ରତି ଆର୍ଥିକ ବର୍ଷରେ ୬ ହଜାର ଟଙ୍କା ସହାୟତା ଦେଇଥାନ୍ତି । ତିନୋଟି ସମାନ ସମାନ କିସ୍ତିରେ ସରକାର ପୁରା ଟଙ୍କା କୃଷକ ମାନଙ୍କ ପାଖକୁ ପଠାଇଥାନ୍ତି । ଏହି ସ୍କିମ ଜରିଆରେ ଏଯାବତ କେନ୍ଦ୍ର ସରକାର ପ୍ରାୟ ୭  ଟି କିସ୍ତି ପଠେଇ ସାରିଲେଣି । ଚଳିତ ଆର୍ଥିକ ବର୍ଷର ସମସ୍ତ ତିନିଟି କିସ୍ତି ସରକାର ଚାଷୀଙ୍କ ଆକାଉଣ୍ଟକୁ ପଠେଇଛନ୍ତି । ଆଉ ଏହାର ଆଗାମୀ କିସ୍ତି ଏପ୍ରିଲରୁ ଜୁଲାଇ ଭିତରେ କୌଣସି ସମୟରେ ଆକାଉଣ୍ଟକୁ ଟ୍ରାନ୍ସ୍ଫର କରି ପାରନ୍ତି । ଯଦି ଆପଣ ବି ଚାଷ କରୁଛନ୍ତି ଆଉ ଏଯାବତ ଏହି ଯୋଜନା ଅଧୀନରେ ନିଜର ରେଜିଷ୍ଟ୍ରେସନ କରାଇ ନାହାନ୍ତି ତେବେ ଆପଣଙ୍କ ପାଖରେ ବି ସମୟ ଅଛି । କିଛି ସମୟ ବାହାର କରି ଏହି ସ୍କିମ ପାଇଁ ତୁରନ୍ତ ରେଜିଷ୍ଟ୍ରେସନ କରାଇ ନିଅନ୍ତୁ ।

ଏହି ପ୍ରକ୍ରିୟା ଖୁବ ସହଜ ଓ ସରଳ । ଆପଣ ପଂଚାୟତ ସଚିବ ବା ପଟବାରି ବା ସ୍ଥାନୀୟ କମନ ସର୍ଭିସ ସେଣ୍ଟର ପାଇଁ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ଚାହିଁଲେ ନିଜେ ବି ରେଜିଷ୍ଟ୍ରେସନ କରିପାରିବେ । ତେବେ ଆସନ୍ତୁ ଏହି ପ୍ରକ୍ରିୟା ବାବଦରେ ଜାଣି ରଖିବା ।

1. ପ୍ରଥମେ PM KISANର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

2. ଏବେ farmer cornerକୁ ଯାଆନ୍ତୁ ।

3. ଏଠି ଆପଣଙ୍କୁ New Farmer ରେଜିଷ୍ଟ୍ରସନ ନାଁରେ ଏକ ଅପସନ ଦେଖାଦେବ । ଯେଉଁଥିରେ କ୍ଲିକ କରନ୍ତୁ ।

4. ଏହା ପରେ ଆଧାର ନମ୍ବର ଦେବାକୁ ହେବ । ଏଥିରେ କାପଚା କୋଡ଼ ଦେଇ ରାଜ୍ୟକୁ ବାଛନ୍ତୁ ଆଉ ପ୍ରୋସେସକୁ ଆଗକୁ ବଢ଼ାନ୍ତୁ ।

5. ଏହି ଫର୍ମ ଆପଣଙ୍କୁ ନିଜ ବ୍ୟକ୍ତିଗତ ତଥ୍ୟ ଦେବାକୁ ହେବ ।

ଆପଣ ଏହି ୱେବସାଇଟ ଜରିଆରେ ନିଜ ଆପ୍ଲିକେସନ ସ୍ଥିତି ବାବଦରେ ଜାଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.