Below header

ପୁଅର ମୃତ୍ୟୁ ଖବର ଶୁଣି ଅସୁସ୍ଥ ବାପାର ଗଲା ଜୀବନ, ଶଶ୍ମାନରେ ଜଳିଲା ଏକାଠି ଜୁଇ

ପୁଅର ମୃତ୍ୟୁ ଖବର ଶୁଣି ଚାଲିଗଲା ବାପାଙ୍କ ଜୀବନ । ଅସୁସ୍ଥ ବାପାଙ୍କୁ ଚିକିତ୍ସା କରିବା ପାଇଁ ହସ୍ପିଟାଲ ଯାଇଥିବା ବେଳେ ଅଚାନକ ଅସୁସ୍ଥ ହୋଇ ଚାଲିଯାଇଥିଲା ପୁଅର ଜୀବନ । ଆଉ ଦୁହେଁ ଶବ ହୋଇ ଫେରିଲେ ଘରକୁ।

ସୁବର୍ଣ୍ଣପୁର (କେନ୍ୟୁଜ): ଶ୍ମସାନରେ ଜଳୁଛି ଜୁଇ। ଗୋଟିଏ ନୁହେଁ ଦୁଇ ଦୁଇଟି ଜୁଇ । ତାହା ପୁଣି ବାପ ପୁଅଙ୍କ । ବପା ହେଲେ ଆଦିକନ୍ଦ ସା ଓ ପୁଅ ହେଲେ ଆର୍ତତ୍ରାଣ ସା । ଗତକାଲି ପୁଅ ବାପାଙ୍କ ଦେହ ଭଲ କରିବାକୁ ବଲାଙ୍ଗୀର ଭିମଭୋଇ ମେଡିକାଲକୁ ଯାଇଥିଲେ। ଦୁହେଁ ଶବ ହୋଇ ଘରକୁ ଫେରିଲେ । ଏମିତି ଏକ ଦୁଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳର ପରିଷଦରୁ । ଏକାଠି ଶଶ୍ମାନରେ ଜଳିଛି ବାପା-ପୁଅଙ୍କ ଶବ । ଘରେ ବିଧବା ମା’ ଓ ଭିନ୍ନକ୍ଷମ ଭାଇ ଏବେ ଅସହାୟ ହୋଇପଡ଼ିଛନ୍ତି ।

ସୂଚନା ଅନୁସାରେ, ତରଭାର ଆଦିକନ୍ଦ ସା’ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ପୁଅ ଆର୍ତତ୍ରାଣ ସା’ ବାପାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ନେଇଥିଲେ । ବାପାଙ୍କ ଚିକିତ୍ସା ଚାଲିଥିବା ସମୟରେ ଅଚାନକ ପୁଅ ଆର୍ତତ୍ରାଣ ଅସ୍ୱାଭାବିକତା ଅନୁଭବ କରିଥିଲେ । ଡାକ୍ତର ଆସି ଚିକିତ୍ସା କରୁ କରୁ ଆର୍ତତ୍ରାଣଙ୍କ ମୃତ୍ୟୁ ହୋଇଯାଇଥିଲା । ପୁଅର ମୃତ୍ୟୁ ଖବର ଶୁଣିବା ପରେ ଅଚାନକ ପଡ଼ିଯାଇଥିଲେ ବାପା ଆଦିକନ୍ଦ । ଆଉ ସେଠି ତାଙ୍କର ବି ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତରଭାରେ ମୃତଦେହ ପହଂଚିବା ପରେ ଗୋଟିଏ ଶଶ୍ମାନରେ ବାପା-ପୁଅଙ୍କ ଜୁଇ ଜଳିଛି । ଏହି ଖବର ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.