ଚଳନ୍ତା ବସରେ ଡ୍ରାଇଭର ହେଲେ ବେହୋସ, ୬୬ ପିଲାଙ୍କ ଜୀବନ ବଞ୍ଚାଇଲା ୭ମ ଶ୍ରେଣୀର ଛାତ୍ର

ଦେବଦୂତ ସାଜିଲା ୭ମ ଶ୍ରେଣୀର ପିଲା । ଚଳନ୍ତା ବସରେ ବେହୋସ ହୋଇଗଲେ ଡ୍ରାଇଭର । ଡ୍ରାଇଭର ବେହୋସ ହେବା ପରେ ଉଠିପଡି ତୁରନ୍ତ ବସର ଷ୍ଟିଅରିଂ ସମ୍ଭାଳିଥିଲେ ୭ମ ଶ୍ରେଣୀର ଛାତ୍ର । ଆଉ ବଞ୍ଚାଇଦେଲେ ୬୬ ଜଣ ପିଲାଙ୍କ ଜୀବନ

୬୬ ଜଣ ପିଲାଙ୍କ ଜୀବନ ବଞ୍ଚାଇଦେଲା ୭ମ ଶ୍ରେଣୀର ଛାତ୍ର । ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ପିଲାଟି ସମସ୍ତଙ୍କର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଛି । ଏମିତି ଘଟଣା ଆମେରିକାର ମିଶଗନରେ ଘଟିଛି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି, ବସ୍‌ ଚଳାଉଥିବା ବେଳେ ଡ୍ରାଇଭର ଜଣକ ଅଣନିଶ୍ୱାସୀ ହୋଇ ହଠାତ୍‌ ବେହୋସ ହୋଇପଡିଥିଲେ । ବସ୍‌ରେ ବସିଥିବା ୬୬ ଜଣ ସ୍କୁଲ ପିଲା ଚିତ୍କାର କରୁଥାନ୍ତି । ଏହି ସମୟରେ ୭ମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ଆସି ବସ୍‌ର ଷ୍ଟିଅରିଂକୁ ଧରି ବସ୍‌କୁ ରୋକିବାରେ ସଫଳ ହୋଇଥିଲେ ।

ଘଟଣାରେ କିଛି ସମୟରେ ଛାତ୍ର ଜଣକ ବସର ଷ୍ଟିଅରିଂ ଧରିବା ସହିତ ବ୍ରେକ୍‌ ମାରି ବସ୍‌କୁ ରୋକିଥିଲେ । ଡ୍ରାଇଭର ଜଣକ ବେହୋସ ହେବା ସମୟରେ ବସ୍‌ଟି ଟ୍ରାଫିକ ନିକଟରେ ରହିଥିଲେ । ତେଣୁ ପିଲା ଜଣକ ବସ୍‌କୁ ବ୍ରେକ ମାରିବାରେ ସଫଳ ହୋଇଥିଲା । ପରେ ସେ ଅନ୍ୟ ପିଲାଙ୍କୁ ଶାନ୍ତ ରହିବାକୁ କହି ପୋଲିସକୁ ଖବର ଦେବାକୁ କହିଥିଲା ।

ତେବେ ଡ୍ରାଇଭର ଜଣକ ବେହୋସ ହେବା ପୂର୍ବରୁ ଏମରଜେନ୍ସୀ ସିଗନାଲ ପଠାଇଦେଇଥିଲେ । ସେ ସୁସ୍ଥ ଅନୁଭବ କରୁନାହାନ୍ତି ଏବଂ ଗାଡିକୁ ରୋକିଦେବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ । ତେବେ ୭ମ ଶ୍ରେଣୀରେ ପଢୁଥିବା ପିଲା ଜଣକ ପଛରେ ବସିଥିବା ବେଳେ ଡ୍ରାଇଭରଙ୍କ ଏଭଳି ସ୍ଥିତି ଦେଖି ଆଗକୁ ଆସି ଷ୍ଟିଅରିଂ ଧରିଥିଲେ ।

ପିଲାଟିର ଉପସ୍ଥିତି ବୁଦ୍ଧି ଯୋଗୁଁ ଅନ୍ୟ ୬୬ ପିଲାଙ୍କର ଜୀବନ ବଞ୍ଚିଯାଇଥିଲା। ପିଲାର ଏଭଳି କାର୍ଯ୍ୟ ଯୋଗୁଁ ସମସ୍ତେ ପ୍ରଶଂସା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.