Below header

ଆଗ କରନ୍ତୁ ଯାତ୍ରା ପରେ ଦିଅନ୍ତୁ ପେମେଣ୍ଟ, ଏବେ କିସ୍ତିରେ ଟିକେଟ୍ ମୂଲ୍ୟ ପେମେଣ୍ଟ କରିପାରିବେ ଯାତ୍ରୀ

ଯଦି ଆପଣ ଟ୍ରେନ ଯାତ୍ରା କରିବାକୁ ପ୍ଲାନ ବନାଉଛନ୍ତି କିନ୍ତୁ ଟଙ୍କା କାରଣରୁ ଆପଣ ନିଜ ପ୍ଲାନକୁ ଡିଲେ କରିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଆଉ ବ୍ୟସ୍ତ ହୁଅନ୍ତୁନାହିଁ । କାହିଁକିନା ବର୍ତ୍ତମାନ ଟ୍ରେନ୍ ଟିକେଟ୍ ପାଇଁ ଆଗୁଆ ଅର୍ଥ ନ ଦେଇ ମଧ୍ୟ ଯାତ୍ରା କରି ପାରିବେ।

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ବିଶ୍ୱାସ କରନ୍ତୁ ଏ ଖବର ଆପଣଙ୍କୁ ଏକଦମ୍‌ ଖୁସି କରିଦେବ । ଯଦି ଆପଣ ଟ୍ରେନ ଯାତ୍ରା କରିବାକୁ ପ୍ଲାନ ବନାଉଛନ୍ତି କିନ୍ତୁ ଟଙ୍କା କାରଣରୁ ଆପଣ ନିଜ ପ୍ଲାନକୁ ଡିଲେ କରିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ ଆଉ ବ୍ୟସ୍ତ ହୁଅନ୍ତୁନାହିଁ । କାହିଁକିନା ବର୍ତ୍ତମାନ ଟ୍ରେନ୍ ଟିକେଟ୍ ପାଇଁ ଆଗୁଆ ଅର୍ଥ ନ ଦେଇ ମଧ୍ୟ ଯାତ୍ରା କରି ପାରିବେ। ଏଥିପାଇଁ ସେମାନଙ୍କୁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ର ରେଳ କନେକ୍ଟ ମୋବାଇଲ୍ ଆପରେ ଥିବା ‘ବର୍ତ୍ତମାନ ଯାତ୍ରା କରନ୍ତୁ ପରେ ପେମେଣ୍ଟ କରନ୍ତୁ’ (TNPL) ସୁବିଧା ବ୍ୟବହାର କରିବାକୁ ପଡିବ। ଆର୍ଥିକ ସୁସ୍ଥତା ପ୍ଲାଟଫର୍ମ CASHe ସହିତ ମିଳିତ ଭାବରେ IRCTC ଏହି ନୂତନ ସୁବିଧା ଆରମ୍ଭ କରିଛି। CASHe କହିଛି ଯେ ରେଳ ଯାତ୍ରୀମାନେ ‘ବର୍ତ୍ତମାନ ଯାତ୍ରା କରନ୍ତୁ ପରେ ପେମେଣ୍ଟ କରନ୍ତୁ’ ବିକଳ୍ପ ବ୍ୟବହାର କରି ସାଧାରଣ ଟିକେଟ୍ ସହିତ ତତକାଳ ଟିକେଟ ମଧ୍ୟ ବୁକ୍ କରିପାରିବେ।

କିସ୍ତି ଆକାରରେ ଦିଆଯାଇପାରିବ ଟିକେଟ୍ ମୂଲ୍ୟ

CASHe ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଯାତ୍ରୀମାନେ ଏହାର TNPL ଦେୟ ବିକଳ୍ପ ମାଧ୍ୟମରେ IRCTC ରେଳ କନେକ୍ଟ ଆପ୍ ରେ ରିଜର୍ଭ ଟିକେଟ୍ ବୁକ୍ କରିପାରିବେ। ରିଜର୍ଭ ଏବଂ ତତକାଳ ଟିକେଟ ବୁକିଂ କରୁଥିବାବେଳେ ଆପର ଚେକଆଉଟ୍ ପୃଷ୍ଠାରେ କିସ୍ତିରେ ଦେବାର ବିକଳ୍ପ ଦିଆଯିବ। କୌଣସି କାଗଜପତ୍ର ବିନା ସମସ୍ତ ରେଳ ଯାତ୍ରୀଙ୍କ ପାଇଁ ଏହି ବିକଳ୍ପ ଉପଲବ୍ଧ ହେବ। ଯାତ୍ରୀମାନେ TNPL ମାଧ୍ୟମରେ କିଣାଯାଇଥିବା ରେଳ ଟିକେଟ୍ ମୂଲ୍ୟ କିସ୍ତିରେ ଦେବାକୁ ସକ୍ଷମ ହେବେ, ଯେଉଁଥିପାଇଁ ସେମାନଙ୍କୁ ୩ ରୁ ୬ ମାସ ସମୟ ଦିଆଯିବ। ଏହି ନୂତନ ସୁବିଧା ସହିତ ଲକ୍ଷ ଲକ୍ଷ ରେଳ ଯାତ୍ରୀଙ୍କ ପାଇଁ ଟ୍ରେନ୍ ଟିକେଟ କିଣିବା ସହଜ ହେବ।

IRCTC ହେଉଛି ରେଳବାଇର ଏକ ସହାୟକ କମ୍ପାନୀ। IRCTC ରେଳ କ୍ୟାଟରିଂ, ପର୍ଯ୍ୟଟନ ଏବଂ ଅନଲାଇନ୍ ଟିକେଟ୍ ବୁକିଂର ସୁବିଧା ଯୋଗାଇଥାଏ। IRCTC ସାହାଯ୍ୟରେ ପ୍ରତିଦିନ ୧୫ ଲକ୍ଷ ରେଳ ଟିକେଟ୍ ବିକ୍ରି ହାଇଥାଏ। ଆଇଆରସିଟିସି ସହ ସହଭାଗିତା ସମ୍ପର୍କରେ CASHe ପ୍ରତିଷ୍ଠାତା ଚେୟାରମ୍ୟାନ୍ ଭି ରମଣ କୁମାର କହିଛନ୍ତି ଯେ ଏହା ହେଉଛି ଭାରତର ସର୍ବବୃହତ ବର୍ତ୍ତମାନ ଯାତ୍ରା କରନ୍ତୁ ପରେ ପେମେଣ୍ଟ ବିକଳ୍ପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.