ମୋ’ ବସ- ଟ୍ରକ୍‌ ମୁହାଁମୁହିଁ ଧକ୍କା: ୧୦ରୁ ଅଧିକ ଆହତ

ଖୋର୍ଦ୍ଧା ପିତାପଲ୍ଲୀ ଛକରେ ମୋ ବସ୍‌-ଆଇଚର ଧକ୍କା ହେବା ଫଳରେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍ କ୍ୟାବିନ୍‌ରେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର ।

ଖୋର୍ଦ୍ଧା (କେନ୍ୟୁଜ): ମୋ ବସ୍‌କୁ ପିଟିଲା ଆଇଚର। ମୋ ବସ୍‌-ଆଇଚର ଧକ୍କାରେ ୧୦ରୁ ଅଧିକ ଗୁରୁତର । ଖୋର୍ଦ୍ଧା ପିତାପଲ୍ଲୀ ଛକରେ ମୋ ବସ୍‌-ଆଇଚର ଧକ୍କା ହେବା ଫଳରେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍ କ୍ୟାବିନ୍‌ରେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର ।

ସେପଟେ ଖବର ପାଇ ଖୋର୍ଦ୍ଧାର ଅଗ୍ନିଶମ ବାହିନୀ ଏବଂ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୋ ବସଟି ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ପିତାପଲ୍ଲୀ ପୂର୍ବରୁ ଖୋର୍ଦ୍ଧା ସହର ଭିତରକୁ ଯିବାକୁ ଥିବା ରାସ୍ତା ନିକଟରେ ବସ୍‌କୁ ପିଟିଲା ଆଇଚାର ଗାଡି । ଦୁର୍ଘଟଣାରେ ଆଇଚରର ଡ୍ରାଇଭର ସମେତ ୧୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଗୁରୁତର ହୋଇଛନ୍ତି ।

ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଥିଲା । ସୂଚନାଥାଉକି, ଖୋର୍ଦ୍ଧା ଜଟଣୀ ବାଇପାସ୍ ଓଭର ବ୍ରିଜ୍ ଉପରେ ମୋ ବସଟି ବିପରୀତ ଦିଗରୁ ଆସୁଥିବା ଏକ ଆଇଚର୍ ସାମ୍ନା ପଟୁ ଧକ୍କା ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.