Below header

ରାଜଧାନୀରେ ଚାଞ୍ଚଲ୍ୟ : ବନ୍ଦ ଘରୁ ଉଦ୍ଧାର ହେଲା ବୃଦ୍ଧାଙ୍କ ଗଳିତ ମୃତଦେହ

ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଥାନା N2 ସ୍ଥିତ ଏକ ଆପାର୍ଟମେଣ୍ଟରୁ ମିଳିଛି ଗଳିତ ମୃତଦେହ। ଆଜି ସକାଳୁ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ଖବର ଦେଇଥିଲେ ପାଖ ପଡୋଶୀ ।

ଭୁବନେଶ୍ୱର (କେନ୍ୟୁଜ): ବନ୍ଦ ଘରେ ବୃଦ୍ଧାଙ୍କ ମୃତଦେହ । ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଥାନା N2 ସ୍ଥିତ ଏକ ଆପାର୍ଟମେଣ୍ଟରୁ ମିଳିଛି ଗଳିତ ମୃତଦେହ । ମୃତକଙ୍କ ନାଁ ରାଜଶ୍ରୀ ପରିଡା ଓ ବୟସ ୭୫ ବର୍ଷ। କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ତାଙ୍କୁ ହତ୍ୟା କରାଯାଇଛି ନା ସ୍ୱାଭାବିକ ମୃତ୍ୟୁ ସେନେଇ ଜଣାପଡିନି।

ବୃଦ୍ଧା ଜଣକ ତାଙ୍କ ପୁଅଙ୍କ ସହ ଏହି ଆପାର୍ଟମେଣ୍ଟରେ ରହୁଥିଲେ। ଆଜି ସକାଳୁ ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ଖବର ଦେଇଥିଲେ ପାଖ ପଡୋଶୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଥିଲା। ତେବେ ପୁଅ ମାନସିକ ଭିନ୍ନକ୍ଷମ ହୋଇଥିବାରୁ ସେ କିଛି ଜାଣିପାରିନଥିବା ପୋଲିସ ସୂଚନା ଦେଇଛି। ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.