Below header

ରାଜ୍ୟରେ ଉପର ମୁହାଁ ପାରଦ: ତାତିରେ ଜଳିବ ଏପ୍ରିଲ, ମେ’

ବଢୁଛି ଖରା ତାତି । ରାଜ୍ୟରେ ଉପର ମୁହାଁ ପାରଦ । ଆଗାମୀ ୩-୪ ଦିନ ଦିନ ତାପମାତ୍ରା ବଢ଼ିବ । ମାର୍ଚ୍ଚରେ ରାଜ୍ୟର କିଛି ଅଞ୍ଚଳରେ ହିଟୱେଭ ପରିସ୍ଥିତି ସୃଷ୍ଟି ହେବ । ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠୁ ୩ରୁ ୪ ଡିଗ୍ରୀ ସେଲସିୟସ ଅଧିକ ରହିବ ।

ଭୁବନେଶ୍ୱର (କେନ୍ୟୁଜ): ବଢୁଛି ଖରା ତାତି । ରାଜ୍ୟରେ ଉପର ମୁହାଁ ପାରଦ । ଆଗାମୀ ୩-୪ ଦିନ ଦିନ ତାପମାତ୍ରା ବଢ଼ିବ । ମାର୍ଚ୍ଚରେ ରାଜ୍ୟର କିଛି ଅଞ୍ଚଳରେ ହିଟୱେଭ ପରିସ୍ଥିତି ସୃଷ୍ଟି ହେବ । ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠୁ ୩ରୁ ୪ ଡିଗ୍ରୀ ସେଲସିୟସ ଅଧିକ ରହିବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ଅଧିକ ଦିନ ହିଟୱେଭ ସ୍ଥିତି ରହିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୧୫ ତାରିଖରୁ ତାତି ବଢ଼ିବ । ୨୨ତାରିଖରୁ ଭୀଷଣ ଗରମ ଅନୁଭୂତ ହେବ ।

ସେହିପରି ଏପ୍ରିଲ ଓ ମେରେ ତାତିରେ ଜଳିବ ଓଡ଼ିଶା । ଆକାଶରୁ ନିଆଁ ବର୍ଷିବ । ଏନେଇ ଭାରତୀୟ ପାଣିପାଗ ବିଭାଗର ମାର୍ଚ୍ଚରୁ ମେ ଯାଏ ତିନିମାସିଆ ପୂର୍ବାନୁମାନ ଜାରି କରିଛି । ଗତକାଲି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ପାରଳାଖେମୁଣ୍ଡି । ସେଠାରେ ତାପମାତ୍ରା ୩୭.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଅନ୍ୟପଟେ ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନାକୁ ଦୃଷ୍ଟି ସତର୍କତାମୂଳକ ପଦକ୍ଷେପ ନେବାକୁ କହିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗଣଶିକ୍ଷା ବିଭାଗର ସବୁ ନିର୍ଦ୍ଦେଶକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଲେଖାଯାଇଛି । ଗ୍ରୀଷ୍ମପ୍ରବାହ ମୁକାବିଲା ଓ ପ୍ରସ୍ତୁତି ନେଇ ପଦକ୍ଷେପ ନେବାକୁ କୁହାଯାଇଛି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରିବେ । ଆବଶ୍ୟକସ୍ଥଳେ ଓଆରଏସ୍ ରଖିବେ । ଅତ୍ୟଧିକ ଖରାକୁ ଦୃଷ୍ଟିରେ ରଖି ଆଉଟ ଡୋର କାର୍ଯ୍ୟକ୍ରମ ବନ୍ଦ ରଖିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.