ରାଜନୈତିକ ଦଳଙ୍କୁ ନିର୍ବାଚନ କମିଶନଙ୍କ ଚେତାବନୀ, ଆଚରଣବିଧି ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ

ନିର୍ବାଚନ ପୂର୍ବରୁ ଆସିଲା ନିର୍ବାଚନ କମିଶନଙ୍କ ଚେତାବନୀ । ଜନସଭାରେ ଶାଳୀନତା ରକ୍ଷା କରିବାକୁ ରାଜନୈତିକ ଦଳଗୁଡିକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେବା ସହ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ପୂର୍ବରୁ ଆସିଲା ନିର୍ବାଚନ କମିଶନଙ୍କ ଚେତାବନୀ । ଜନସଭାରେ ଶାଳୀନତା ରକ୍ଷା କରିବାକୁ ରାଜନୈତିକ ଦଳଗୁଡିକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେବା ସହ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି । ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଦଳର ଷ୍ଟାର କ୍ୟାମ୍ପେନର ଓ ପ୍ରାର୍ଥୀମାନଙ୍କ ଉପରେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ପ୍ରଚାର ବେଳେ ଜାତି, ସମ୍ପ୍ରଦାୟ ଭିତ୍ତିରେ ଭୋଟରଙ୍କୁ କୌଣସି ଅପିଲ ନକରିବାକୁ ନିର୍ବାଚନ ଆୟୋଗ ଚେତାଇ ଦେବା ସହ ସାମ୍ପ୍ରଦାୟିକ ବିଦ୍ୱେଷ ବଢାଉଥିବା ଭଳି ଭାଷଣ ନଦେବାକୁ ଆୟୋଗ ଚେତାଇ ଦେଇଛନ୍ତି ।

ସେହିପରି ଭୋଟରଙ୍କୁ ବିଭ୍ରାନ୍ତ କରିବା ପାଇଁ ମିଥ୍ୟା ବୟାନବାଜି, ଭିତ୍ତିହୀନ ଅଭିଯୋଗ ନକରିବାକୁ ନିର୍ବାଚନ କମିଶନ ରାଜନୈତିକ ଦଳ ଓ ନେତାମାନଙ୍କୁ କହିଛନ୍ତି । ଏହାସହିତ କୌଣସି ନେତା ଓ କର୍ମୀଙ୍କ ବ୍ୟକ୍ତିଗତ ଜୀବନକୁ ସମାଲୋଚନା ନକରିବାକୁ ତଥା ନିମ୍ନ ସ୍ତରର ବ୍ୟକ୍ତିଗତ ଆକ୍ରମଣ ନକରିବାକୁ ନିର୍ବାଚନ କମିଶନ ଚେତାଇ ଦେଇଛନ୍ତି । ନିର୍ବାଚନ ପ୍ରଚାର ଓ ନିର୍ବାଚନ ସମ୍ପର୍କିତ ସଭାସମିତି ପାଇଁ ମନ୍ଦିର, ମସଜିଦ, ଗୁରୁଦ୍ୱାରା ଭଳି ଧାର୍ମିକ ସ୍ଥଳୀ ବ୍ୟବହାର ନକରିବାକୁ ନିର୍ବାଚନ କମିଶନ ଆଡଭାଇଜରି ଜାରି କରିଛନ୍ତି ।

ସେହିପରି କୌଣସି ଧର୍ମର ଭକ୍ତ ଓ ସେମାନଙ୍କ ଭଗବାନଙ୍କ ବିରୋଧରେ ମନ୍ତବ୍ୟ ନଦେବାକୁ ମଧ୍ୟ ନିର୍ବାଚନ କମିଶନ ଚେତାବନୀ ଦେଇଛନ୍ତି । ରାଜନୈତିକ ଦଳ ଓ ନେତାମାନେ ମହିଳାଙ୍କ ସମ୍ମାନ ଓ ଗୌରବରେ ଆଞ୍ଚ ଆସିବା ଭଳି କୌଣସି ମନ୍ତବ୍ୟ ଯେପରି ନଦିଅନ୍ତି ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଣମାଧ୍ୟମରେ ଅସତ୍ୟ ଏବଂ ଭ୍ରମାତ୍ମକ ବିଜ୍ଞାପନ ନଦେବା ଓ ପେଡ୍ ନ୍ଯୁଜ ବିରୋଧରେ ମଧ୍ୟ ଆଡଭାଇଜରି ଜାରି ହୋଇଛି। ସେହିପରି ବିରୋଧୀ ନେତାଙ୍କୁ ନ୍ୟୁନ ଦେଖାଇ ଏବଂ ନିନ୍ଦିତ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ ନକରିବାକୁ ନିର୍ବାଚନ କମିଶନ ବାରଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.