ଆଜି ରେଢ଼ାଖୋଲ ଗସ୍ତରେ ଯିବେ ରାଷ୍ଟ୍ରପତି, ସନ୍ଥ କବି ଭୀମ ଭୋଇଙ୍କ ଜ୍ଞାନପୀଠ ବୁଲି ଦେଖିବେ

ଆଜି ମହାମହିମଙ୍କ ଓଡ଼ିଶା ଗସ୍ତର ଚତୁର୍ଥ ତଥା ଶେଷ ଦିନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗସ୍ତରେ ଯିବେ । ରେଢ଼ାଖୋଲର ମଧୁପୁରକୁ ରାଷ୍ଟ୍ରପତି ପରିଦର୍ଶନ କରିବେ । ସନ୍ଥକବି ଭୀମ ଭୋଇଙ୍କ ଆବିର୍ଭାବ ପୀଠରେ ସନ୍ଥକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।

ରେଢ଼ାଖୋଲ (କେନ୍ୟୁଜ): ଆଜି ମହାମହିମଙ୍କ ଓଡ଼ିଶା ଗସ୍ତର ଚତୁର୍ଥ ତଥା ଶେଷ ଦିନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗସ୍ତରେ ଯିବେ । ରେଢ଼ାଖୋଲର ମଧୁପୁରକୁ ରାଷ୍ଟ୍ରପତି ପରିଦର୍ଶନ କରିବେ । ସନ୍ଥକବି ଭୀମ ଭୋଇଙ୍କ ଆବିର୍ଭାବ ପୀଠରେ ସନ୍ଥକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।

ସେହିପରି ୬୪ ସିଦ୍ଧଙ୍କର ଧୂନୀ ମଣ୍ଡପ ପରିଦର୍ଶନ କରିବେ । ଏହାପରେ କନ୍ଧରାରେ ସନ୍ଥ କବି ଭୀମ ଭୋଇ ଦିବ୍ୟଜ୍ୟୋତି ଦର୍ଶନ ଓ ଜ୍ଞାନପୀଠ ବୁଲି ଦେଖିବେ । ଦୀକ୍ଷାପୀଠ କାଙ୍କଣପଡା ଗାଁରେ ପରିକ୍ରମା କରିବା ପରେ ଅପରାହ୍ଣରେ ରେଢ଼ାଖୋଲର ମିନି ଷ୍ଟାଡିୟମ ଆୟୋଜିତ ସଭା ସ୍ଥଳରେ ପହଁଞ୍ଚି ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ପାଇଁ ୮ଜଣ ଏସ୍ ପି ଓ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀ ନିୟୋଜିତ ରହିବେ । ୫ ଜଣ ଅତିରିକ୍ତ ଏସ୍ ପି, ୨୩ଜଣ ଡିଏସ୍ ପି, ୬୨ଜଣ ଥାନାଧିକାରୀ, ୧୭୩ଜଣ ଏସ୍ ଆଇ ଓ ଏଏସ୍ ଆଇଙ୍କ ସମେତ ୩୦ ପ୍ଲାଟୁନ୍ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.