ବନ୍ଧାହେଲେ ଜଳ ସମ୍ପଦ ବିଭାଗ ନିର୍ବାହୀର ଯନ୍ତ୍ରୀ ଓ କ୍ଲର୍କ, ବିଲ୍‌ ପାସ୍‌ କରାଇଦେବାକୁ କହି ନେଉଥିଲେ ଲାଞ୍ଚ

ଲାଞ୍ଚ ନେଇ ବନ୍ଧାହେଲେ । ଗଞ୍ଜାମ ଜିଲ୍ଲା CAD ଡିଭିଜନ -8 ଇରିଗେସନର ବିଭାଗର ଏଜକ୍ୟୁଟିଭ ଇଞ୍ଜିନିୟର ବେଣୁଧର ଦଳାଇ ଓ ଜୁନିୟର କ୍ଲର୍କ କୈଳାସ ଚନ୍ଦ୍ର ବେହେରାଙ୍କୁ ଗିରଫ କରିଛି ଭିଜିଲାନସ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ।

ଭୁବନେଶ୍ୱର (କେନ୍ୟୁଜ): ଲାଞ୍ଚ ନେଇ ବନ୍ଧାହେଲେ । ଗଞ୍ଜାମ ଜିଲ୍ଲା CAD ଡିଭିଜନ -8 ଇରିଗେସନର ବିଭାଗର ଏଜକ୍ୟୁଟିଭ ଇଞ୍ଜିନିୟର ବେଣୁଧର ଦଳାଇ ଓ ଜୁନିୟର କ୍ଲର୍କ କୈଳାସ ଚନ୍ଦ୍ର ବେହେରାଙ୍କୁ ଗିରଫ କରିଛି ଭିଜିଲାନସ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ପେଣ୍ଡିଙ୍ଗ ଥିବା ଗାଡିର ବିଲକୁ କ୍ଲିୟର କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଜୁନିୟର କ୍ଲର୍କ କୈଳାସ ଚନ୍ଦ୍ର ବେହେରାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ଲାଞ୍ଚ ନେଇ ଧରାପଡ଼ିବା ପରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇଙ୍କ ତିନିଟି ଠିକଣାରେ ଓ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଦୁଇ ଅଧିକାରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.