Below header

ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ମନମୋହନ, କହିଲେ ବିଜେଡି-ବିଜେପି ମଧ୍ୟରେ ହେବନି ମେଣ୍ଟ

ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ହେବନି ମେଣ୍ଟ । ଦିଲ୍ଲୀରୁ କେନ୍ଦ୍ରୀୟ ନିର୍ବାଚନ ପରିଚାଳନା କମିତି ବୈଠକରେ ଯୋଗ ଦେଇ ଭୁବନେଶ୍ବର ଫେରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନମୋହନଙ୍କ ସୂଚନା ପରେ ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ହେବନି ମେଣ୍ଟ । ଦିଲ୍ଲୀରୁ କେନ୍ଦ୍ରୀୟ ନିର୍ବାଚନ ପରିଚାଳନା କମିତି ବୈଠକରେ ଯୋଗ ଦେଇ ଭୁବନେଶ୍ବର ଫେରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନମୋହନଙ୍କ ସୂଚନା ପରେ ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେଡି ସହ ମେଣ୍ଟକୁ ମନମୋହନ ସିଧାସଳଖ ମନା କରିଦେଇଛନ୍ତି । ଓଡ଼ିଶାରେ ୨୧ଟି ଲୋକସଭା ଆସନରେ ଏକାକୀ ଲଢ଼ିବ ବିଜେପି । ୧୪୭ଟି ବିଧାନସଭା ଓ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦିଆଯିବ ବୋଲି କହିଛନ୍ତି ମନମୋହନ ସାମଲ ।

ଆଉ ଓଡ଼ିଶାରେ ଡବଲ୍ ଇଂଜିନ ସରକାର ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମନମୋହନ । ମନମୋହନ ଆହୁରି କହିଛନ୍ତି, ମେଣ୍ଟ ଚର୍ଚ୍ଚା କେବଳ ଏକ କାହାଣୀ ଛଡ଼ା ଆଉ କିଛି ନୁହେଁ । ଗୁଜବର କୌଣସି ହାତ, ଗୋଡ଼ ନାହିଁ । ଏଥର ବିଜେପିକୁ ବମ୍ପର ଭୋଟ୍ ମିଳିବ ବୋଲି ମଧ୍ୟ ଦୃଢ଼ତାର ସହ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.