Below header

ତାତିଲାଣି ମାର୍ଚ୍ଚ, ଶିକ୍ଷାନୁଷ୍ଠାନରେ ସତର୍କତାମୂଳକ ପଦକ୍ଷେପ ନେବାକୁ ଚିଠି ଦେଲା ଗଣଶିକ୍ଷା ବିଭାଗ

ମାର୍ଚ୍ଚ ପହିଲାରୁ ଅବିଭାବକଙ୍କ ଚିନ୍ତା ବଢ଼ାଇଲାଣି ଖରା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଜିଲ୍ଲା ଶିକ୍ଷାଧିକାରୀ ଚିଠି ଜରିଆରେ ସତର୍କ କରାଯାଇଛି ।

ଭୁବନେଶ୍ବର (କେନ୍ୟୁଜ): ଏଥର ମାର୍ଚ୍ଚରୁ ମେ’ ଯାଏ ତାତିବ ସାରା ଦେଶ । ଅନ୍ୟ ବର୍ଷ ତୁଳନାରେ ଦେଶର ଅଧିକାଂଶ ସ୍ଥାନରେ ଅଧିକ ଗରମ ଅନୁଭୂତ ହେବ । ଏଲନିନୋ ପ୍ରଭାବ ମଧ୍ୟ ରହିବ । ଉତ୍ତରପଶ୍ଚିମ ଓ ଭାରତୀୟ ଉପଦ୍ବୀପରେ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏମିତି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ-IMD । ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନାକୁ ଦୃଷ୍ଟି ସତର୍କତାମୂଳକ ପଦକ୍ଷେପ ନେବାକୁ କହିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗଣଶିକ୍ଷା ବିଭାଗର ସବୁ ନିର୍ଦ୍ଦେଶକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଲେଖାଯାଇଛି । ଗ୍ରୀଷ୍ମପ୍ରବାହ ମୁକାବିଲା ଓ ପ୍ରସ୍ତୁତି ନେଇ ପଦକ୍ଷେପ ନେବାକୁ କୁହାଯାଇଛି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରିବେ । ଆବଶ୍ୟକସ୍ଥଳେ ଓଆରଏସ୍ ରଖିବେ । ସ୍କୁଲ ପରିସରରେ ଥିବା ଟ୍ୟୁବ୍ ୱେଲ୍ର ମରାମତି ଆବଶ୍ୟକ ଥିଲେ, ମରାମତି କରାଯାଉ। ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଆବଶ୍ୟକ ଉପକରଣ ତଥା ଔଷଧ ମହଜୁଦ ରଖାଯାଉ। ଅତ୍ୟଧିକ ଖରାକୁ ଦୃଷ୍ଟିରେ ରଖି ଆଉଟ ଡୋର କାର୍ଯ୍ୟକ୍ରମ ବନ୍ଦ ରଖିବାକୁ କୁହାଯାଇଛି ।

ସେହିପରି ଏପ୍ରିଲ ଓ ମେରେ ତାତିରେ ଜଳିବ ଓଡ଼ିଶା । ଆକାଶରୁ ନିଆଁ ବର୍ଷିବ । ଏନେଇ ଭାରତୀୟ ପାଣିପାଗ ବିଭାଗର ମାର୍ଚ୍ଚରୁ ମେ ଯାଏ ତିନିମାସିଆ ପୂର୍ବାନୁମାନ ଜାରି କରିଛି । ଆଗାମୀ ୩-୪ ଦିନ ଦିନ ତାପମାତ୍ରା ବଢ଼ିବ । ମାର୍ଚ୍ଚରେ ରାଜ୍ୟର କିଛି ଅଞ୍ଚଳରେ ହିଟୱେଭ ପରିସ୍ଥିତି ସୃଷ୍ଟି ହେବ । ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠୁ ୩ରୁ ୪ ଡିଗ୍ରୀ ସେଲସିୟସ ଅଧିକ ରହିବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ଅଧିକ ଦିନ ହିଟୱେଭ ସ୍ଥିତି ରହିବା ନେଇ ଆକଳନ କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୧୫ ତାରିଖରୁ ତାତି ବଢ଼ିବ । ୨୨ତାରିଖରୁ ଭୀଷଣ ଗରମ ଅନୁଭୂତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.