ବାଲୁକା କଳାରେ ମା’ ରାମଚଣ୍ଡୀ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ

ବାଲୁକାକଳା । ବାଲୁକା କଳାରେ ଦର୍ଶନ ଦେଉଛନ୍ତି ମା' ରାମଚଣ୍ଡୀ । ଦେଖିବାକୁ ଖୁବ୍ ସୁନ୍ଦର । ବାଲି ଉପରେ ବିଭିନ୍ନ ରଙ୍ଗର ସମ୍ଭାର ନେଇ ମା' ଦଶର୍ଶନ ଦେଉଛନ୍ତି । ଏ ଦୃଶ୍ୟ ଯିଏ ଦେଖିବ କ୍ଷଣିଏ ରହିଯିବ । ତେବେ ଏହି ବାଲୁକା କଳାଟି ଶେୋଭାପାଉଛି ରାମଚଣ୍ଡୀଙ୍କ ପୀଠରେ ।

ଛତ୍ରପୁର(କେନ୍ୟୁଜ):  ବାଲୁକାକଳା । ବାଲୁକା କଳାରେ ଦର୍ଶନ ଦେଉଛନ୍ତି ମା’ ରାମଚଣ୍ଡୀ । ଦେଖିବାକୁ ଖୁବ୍ ସୁନ୍ଦର । ବାଲି ଉପରେ ବିଭିନ୍ନ ରଙ୍ଗର ସମ୍ଭାର ନେଇ ମା’ ଦର୍ଶନ ଦେଉଛନ୍ତି । ଏ ଦୃଶ୍ୟ ଯିଏ ଦେଖିବ କ୍ଷଣିଏ ଅଟକି ଯିବ । ତେବେ ଏହି ବାଲୁକା କଳାଟି ଶୋଭାପାଉଛି ରାମଚଣ୍ଡୀଙ୍କ ପୀଠରେ ।

ମାର୍ଚ୍ଚ ୧ତାରିଖ ଠାରୁ ଆରମ୍ଭ ହୋଇଯାଇଛି ଛତ୍ରପୁର ଉପକଣ୍ଠସ୍ଥ ଗଞ୍ଜାମ ବ୍ଲକ ଅନ୍ତର୍ଗତ ମା ନୀଳାଦ୍ରିପୁର ପାହାଡ଼ ଶିଖରେ ବିଜେ କରିଥିବା ମା ରାମଚଣ୍ଡୀଙ୍କ ଶକ୍ତିପୀଠରେ ମା ରାମଚଣ୍ଡୀ ମୋହତ୍ସବ । ପର୍ବତ ଉପରେ ମାଙ୍କ ରୀତିନୀତି ଅନୁଯାୟୀ ଚାଲିଛି ପୂଜାର୍ଚ୍ଚନା ।

ପର୍ବତ ଉପରେ ମାଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କର ଭିଡ ଲାଗିଥିବାବେଳେ, ପାହାଡ଼ ତଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ଦେଖିବାକୁ ମିଳିଛି । ଏହି ଅବସରରେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ଦ୍ୱାରା ମାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଯାହାକୁ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଅତି ନିଖୁଣ ଭାବେ ସେ ତିଆରି କରିଛନ୍ତି ଏହି ବାଲୁକା କଳାଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.