ମାଓବାଦୀଙ୍କ ବର୍ବରକାଣ୍ଡ: ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି କଲେ ହତ୍ୟା

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ମାଓବାଦୀ । ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ଏପରି ନିର୍ମମ ହତ୍ୟା କରାଯାଇଛି । ମୃତକ ତିରୁପତି କୋଟଲା ସ୍ଥାନୀୟ ଅଞ୍ଚଳର ବିଜେପି ନେତା ।

ମାଲକାନଗିରି (କେନ୍ୟୁଜ): ମାଓବାଦୀଙ୍କ ବର୍ବରକାଣ୍ଡ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ମାଓବାଦୀ । ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ଏପରି ନିର୍ମମ ହତ୍ୟା କରାଯାଇଛି । ମୃତକ ତିରୁପତି କୋଟଲା ସ୍ଥାନୀୟ ଅଞ୍ଚଳର ବିଜେପି ନେତା ।

ସୂଚନା ଅନୁସାରେ ତିରୁପତି କୋଟଲା ଶୁକ୍ରବାର ସନ୍ଧ୍ୟାରେ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ବିଜାପୁରଠାରୁ ୨୫ କିଲୋମିଟର ଦୂର ଟୟନାର ଯାଇଥିଲେ । ଏହି ସମୟରେ ମାଓବାଦୀ ମାନେ ଧାରୁଆ ଅସ୍ତ୍ରରେ ତାଙ୍କ ବେକ ଓ ଛାତିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ଆହତ ହୋଇଥିବା ତିରୁପତିଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.