Below header

ଆଜି ଆସିପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା: ନଡ୍ଡା, ମୋଦି ଓ ଶାହଙ୍କ ନାଁ ଥିବା ସୂଚନା

ଆଜି ଆସିବ ବିଜେପିର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା। ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫୫ ଜଣ ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ କରିଛି ଦଳ । ଖୁବଶୀଘ୍ର ଏନେଇ ଘୋଷଣା ହେବ । ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁ ରହିଛି ।

ନୂଆଦିଲ୍ଲୀ : ଆଜି ଆସିବ ବିଜେପିର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫୫ ଜଣ ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ କରିଛି ଦଳ । ଖୁବଶୀଘ୍ର ଏନେଇ ଘୋଷଣା ହେବ । ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁ ରହିଛି । ପ୍ରଧାନମନ୍ତ୍ରୀ ମୋଦି ବାରଣାସୀରୁ ଲଢ଼ିବେ । ଅମିତ ଶାହ ଗାନ୍ଧୀନଗର, ପ୍ରତରିକ୍ଷା ମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୌ , ସ୍ମୃତି ଇରାନୀ ଆମେଥିରୁ ପ୍ରତିଦ୍ବନ୍ଦ୍ବିତା କରିବେ । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ବାଲିଅରରୁ ଓ ଶିବରାଜ ସିଂ ଚୌହାନ ଭୋପାଳରୁ ପ୍ରାର୍ଥୀ ହୋଇପାରନ୍ତି ।

ସେହିପରି ଓଡ଼ିଶାରୁ ଚୂଡ଼ାନ୍ତ ହୋଇଥିବା ଦୁଇ ଆସନ ମଧ୍ୟରୁ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁରୀରୁ ସମ୍ବିତ ପାତ୍ରଙ୍କ ନାଁ ଥିବା ସୂଚନା ମିଳିଛି । ଗୁରୁବାର ରାତିରେ ବିଜେପିର ସିଇସି ବୈଠକରେ ମାରାଥନ ଆଲୋଚନା ପରେ ୧୫୫ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ଲାଗିଥିବା ସୂଚନା ରହିଛି। ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ତାଲିକାରେ ହିନ୍ଦୀ ହାର୍ଟ ଲ୍ୟାଣ୍ଡ ଓ ଦକ୍ଷିଣ ଭାରତ ଉପରେ ଫୋକସ କରାଯାଇଛି। ବୈଠକରେ ବିଭିନ୍ନ ରାଜ୍ୟରେ ବିଜେପିର ସହଯୋଗୀ ଦଳକୁ ଆସନ ବଣ୍ଟନ ସଂପର୍କରେ ମଧ୍ୟ ଆଲୋଚନା ହୋଇଛି ।

ୟୁପିରେ ୮୦ ଲୋକସଭା ଆସନ ମଧ୍ୟରୁ ବିଜେପି ୭୪ରି ଆସନରେ ଓ ସହଯୋଗୀ ଦଳଗୁଡ଼ିକ ୬ଟି ଆସନରେ ଲଢ଼ିବେ । ସେହିପରି ବିହାରରେ ଜେଡିୟୁ ସହ ଆସନ ବୁଝାମଣା ବୈଠକ ପରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ । ପ୍ରଥମ ତାଲିକାରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନର ବିଭିନ୍ନ ସିଟ୍ ପାଇଁ ପ୍ରାର୍ଥୀଙ୍କ ନାଁ ଆସିପାରେ। ମୋଦିଙ୍କ ହୋମ ଷ୍ଟେଟ୍ ଗୁଜରାଟ ଉପରେ ମଧ୍ୟ ଆଲୋଚନା ହୋଇଛି। ସେହିପରି କେରଳ ଓ ତେଲେଙ୍ଗାନାର ବିଭିନ୍ନ ସିଟ୍ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି। ପ୍ରାର୍ଥୀ ଚୟନ ପାଇଁ ଏଥର ବିଜେପି ବହୁ ଥାକିଆ ଏବଂ ବିସ୍ତୃତ ପ୍ରକ୍ରିୟା ଅବଲମ୍ବନ କରିଛି। ଜନତାଙ୍କ ମତାମତ, ଆଭ୍ୟନ୍ତରୀଣ ଆକଳନ ଏବଂ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯାଉଛି। ଆଗାମୀ ଲୋକସଭା ନିର୍ବାଚନରେ ଅନ୍ୟୂନ ଶହେ ଆସନରେ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେଇପାରେ ବିଜେପି । ୨୦୧୯ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୨୧ରେ ପ୍ରଥମ ପର୍ଯ୍ୟାୟରେ ୧୬୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେପି। ଆଗାମୀ ଲୋକସଭା ନିର୍ବାଚନରେ ଏନଡିଏକୁ ୪୦୦ରୁ ଅଧିକ ଆସନରେ ବିଜୟୀ କରିବା ଲକ୍ଷ୍ୟ ରଖିଛି ଭାରତୀୟ ଜନତା ପାର୍ଟି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.