Below header

ହାଇଟେକ ମେଡିକାଲ ଦୁର୍ଘଟଣାରେ ଆସିଲା ଡିଏନଏ ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ଜଣକ ଦିଲ୍ଲୀପ ସାମନ୍ତରାୟ

ହାଇଟେକ ମେଡିକାଲ ଦୁର୍ଘଟଣାରେ ଆସିଲା ଡିଏନଏ ରିପୋର୍ଟ। ମୃତ ତୃତୀୟ ବ୍ୟକ୍ତି ଜଣକ ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ହାଇଟେକ ମେଡିକାଲ ଦୁର୍ଘଟଣାରେ ଆସିଲା ଡିଏନଏ ରିପୋର୍ଟ। ମୃତ ତୃତୀୟ ବ୍ୟକ୍ତି ଜଣକ ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଡିସେମ୍ବର ୨୯ତାରିଖ ସଂଧ୍ୟାରେ ଭୁବନେଶ୍ବର ହାଇଟେକ ମେଡିକାଲ କଲେଜ ଓ ହାସପାତାଳରେ ବିସ୍ଫୋରଣ ଘଟିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତୃତୀୟ ମୃତକଙ୍କୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା।

ତୃତୀୟ ବ୍ୟକ୍ତିଙ୍କର ମୃତଦେହ ଚିହ୍ନଟ କରାଯିବାରେ ଅସୁବିଧା ଦେଖାଯାଇଥିବାରୁ ମେଡିକାଲ କର୍ତ୍ତୃପକ୍ଷ ଓ ପୁଲିସ ଡିଏନଏ ପରୀକ୍ଷା ପାଇଁ ଏସଏଫଏସଏଲକୁ ପଠାଇଥିଲା। ରିପୋର୍ଟ ଆସିଲା ପରେ ମୃତହେଦ ଦିଲୀପ ନା ଜ୍ୟୋତି ତାହା ମଧ୍ୟ ସ୍ପଷ୍ଟ ହୋଇଯାଇଛି। ଡିଏନ୍ ଏ ରିପୋର୍ଟରେ କୁହାଯାଇଛି ଯେ, ତୃତୀୟ ବ୍ୟକ୍ତିଙ୍କର ନାମ ହେଉଛି ଦିଲୀପ ସାମନ୍ତରାୟ। ଏହି ରିପୋର୍ଟ ଆସବା ପରେ ମୃତଦେହ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପାଇଁ କମିସନରେଟ ପୁଲିସ ପ୍ରକ୍ରିୟା ଆରମ୍ଭ କରିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.