Below header

ଡ଼ଙ୍ଗାବୁଡିରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ନେଇ ଜନସ୍ୱାର୍ଥ ମାମଲା, ସତ୍ୟପାଠ ଦାଖଲ କରିବେ ସରକାର

ରାଜ୍ୟର ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା ଦୁର୍ଘଟଣାକୁ ନେଇ ଆଗତ ମାମଲାର ହାଇକୋର୍ଟରେ ଶୁଣାଣି । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବାକୁ ଦୁଇ ସପ୍ତାହ ସମୟ ନେଇଛନ୍ତି।

ରାଜ୍ୟର ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା ଦୁର୍ଘଟଣାକୁ ନେଇ ଆଗତ ମାମଲାର ହାଇକୋର୍ଟରେ ଶୁଣାଣି । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବାକୁ ଦୁଇ ସପ୍ତାହ ସମୟ ନେଇଛନ୍ତି। ଡ଼ଙ୍ଗା ବୁଡି ଘଟଣାରେ କେତେ ଟଙ୍କାର କ୍ଷତିପୂରଣ ଦିଆଯାଉଛି, ସେ ନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।

ଏହି ସତ୍ୟପାଠ ଦାଖଲ କରିବାକୁ ଦୁଇ ସପ୍ତାହ ସମୟ ନେଇଛନ୍ତି ରାଜ୍ୟ ସରକାର। ସରକାରଙ୍କ ପକ୍ଷରୁ ପୂର୍ବରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ, ଓଡିଶା ବୋଟ ରୁଲ ୨୦୦୪ ଅନୁଯାୟୀ ସୁରକ୍ଷିତ ନୌଯାତ୍ରା ପାଇଁ ପଦକ୍ଷେପ ନେଇଛନ୍ତି ସରକାର। ନଦୀ, ହ୍ରଦ ଓ ଜଳଭଣ୍ଡାରରେ ସୁରକ୍ଷିତ ନୌଯାତ୍ରା ପାଇଁ ଫଳକ ଲଗାଯିବା ସହିତ ଡ଼ଙ୍ଗା ଓ ବୋଟ ଗୁଡିକର ରେଜିଷ୍ଟ୍ରେସନ, ଲାଇସେନ୍ସ ଓ ଫିଟନେସ ଯାଞ୍ଚ ହେଉଛି।

ଏଥିପାଇଁ ମେକାନିକାଲ ଇଞ୍ଜିନିୟର ମାନଙ୍କୁ ନିଯୁକ୍ତି ଦିଆଯାଉଛି। ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। ତା ପୂର୍ବରୁ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ନିୟମିତ ଭାବେ ଡ଼ଙ୍ଗା ବୁଡି ଭଳି ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଥିବା ବେଳେ ଏଭଳି ଘଟଣାର ନିୟନ୍ତ୍ରଣ ପାଇଁ ରାଜ୍ୟରେ ସ୍ୱତନ୍ତ୍ର ଆଇନ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଡ଼ଙ୍ଗାବୁଡିରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ଜନସ୍ୱାର୍ଥ ମାମଲାରେ ପ୍ରାର୍ଥନା କରାଯାଇଛି।ଡଙ୍ଗା ଗୁଡିକର ପଞ୍ଜୀକରଣ ଠାରୁ ଆରମ୍ଭ କରି ବୀମା ପରିସରଭକ୍ତ କରାଯିବା, ଏଥିରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ନିୟମ ନାହିଁ ବୋଲି ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.