Below header

ଆଖଣ୍ଡଳମଣିଙ୍କ ପୀଠରେ ଶୋଭା ପାଇବ ୩୫ଫୁଟ ଉଚ୍ଚ ଭୋଳା ଶଙ୍କରଙ୍କ ମୂର୍ତ୍ତି

ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଶୋଭା ପାଇବ ଭୋଳା ଶଙ୍କରଙ୍କ ସୁଉଚ୍ଚ ମୂର୍ତ୍ତି। ଧ୍ୟାନ ମୁଦ୍ରାରେ ଭକ୍ତଙ୍କୁ ଆଶୀର୍ବାଦ କରିବେ ଶିବ। ଜାଗରରେ ବାବାଙ୍କ ମୂର୍ତ୍ତି ସ୍ଥାପନ କରିବାର ଲକ୍ଷ୍ୟ ରହିଛି। ମୂର୍ତ୍ତିର ଉଚ୍ଚତା ୩୫ଫୁଟ ରହିଛି।

କଟକ : ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଶୋଭା ପାଇବ ଭୋଳା ଶଙ୍କରଙ୍କ ସୁଉଚ୍ଚ ମୂର୍ତ୍ତି। ଧ୍ୟାନ ମୁଦ୍ରାରେ ଭକ୍ତଙ୍କୁ ଆଶୀର୍ବାଦ କରିବେ ଶିବ। ଜାଗରରେ ବାବାଙ୍କ ମୂର୍ତ୍ତି ସ୍ଥାପନ କରିବାର ଲକ୍ଷ୍ୟ ରହିଛି। ମୂର୍ତ୍ତିର ଉଚ୍ଚତା ୩୫ଫୁଟ ରହିଛି। କଟକର କୁମ୍ବାର ସାହି ଠାରେ ନିର୍ମାଣ ଚାଲିଛି ବାବା ଭୋଳା ଶଙ୍କରଙ୍କ ବିଶାଳ ମୂର୍ତ୍ତି।

୧୫ରୁ ଉର୍ଦ୍ଧ୍ବ ମୂର୍ତ୍ତି କାରିଗର ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଆଗକୁ ମୂର୍ତ୍ତି କାରିଗରଙ୍କ ସଂଖ୍ୟା ବଢିପାରେ ବୋଲି ମୁଖ୍ୟ ଶିଳ୍ପୀ କହିଛନ୍ତି। ମୂର୍ତ୍ତି ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୪ଶହରୁ ଉର୍ଦ୍ଧ୍ବ ବାଉଁଶ ବ୍ୟବହାର କରି ମୂଳପିଣ୍ଡି ତିଆରି ହେବା ପରେ ମହାଦେବଙ୍କ ମୂର୍ତ୍ତି କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପରେ ଏହି ଷ୍ଟକଚର ଉପରେ ମହାଦେବଙ୍କ ମୂର୍ତ୍ତିରେ ଛଣ ଓ ମାଟିର ପ୍ରଲେପନ ଦିଆଯାଇଛି। ପରେ ପ୍ୟାଷ୍ଟର ପ୍ୟାରିସ ଓ ଫାଇବର ଦିଆଯାଇ ଏହାକୁ ସଂପୂର୍ଣ୍ଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.