Below header

ଗ୍ରୀଷ୍ମ ଅବକାଶ ପାଠପଢାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାରେ ଖୋଲିଲା ହେଲ୍‌ପ ଡେସ୍କ୍

ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଅବକାଶ ସମୟରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ "ହଲିଡେ ହୋମ୍‌ୱର୍କ" କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିପାଇଁ ସବୁ ଜିଲ୍ଲାରେ ଆରମ୍ଭ ହୋଇଛି ହେଲ୍‌ପ ଡେସ୍କ୍ ବ୍ୟବସ୍ଥା।

ଗ୍ରୀଷ୍ମ ଅବକାଶ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ “ହଲିଡେ ହୋମ୍‌ୱର୍କ” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିପାଇଁ ସବୁ ଜିଲ୍ଲାରେ ଆରମ୍ଭ ହୋଇଛି ହେଲ୍‌ପ ଡେସ୍କ୍ ବ୍ୟବସ୍ଥା।

ଏହି ବ୍ୟବସ୍ଥାକୁ ମେ’ ୧ତାରିଖରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ଜିଲ୍ଲାକୁ ସ୍ଥିରୀକୃତ କାର୍ଯ୍ୟାନ୍ୱୟନ ପ୍ରଣାଳୀ ଏବଂ ନିୟମାବଳୀ ପ୍ରେରଣ କରାଯାଇ ଏହାକୁ ବିଧିବଦ୍ଧ ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛିା ଶିକ୍ଷାର୍ଥୀମାନଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହୟତା କେନ୍ଦ୍ର ଖୋଲାଯାଇ ପ୍ରତିଦିନ ୪ ଜଣ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକକୁ ନିୟୋଜିତ କରାଯାଇଅଛିା

ଏହି କାର୍ଯ୍ୟକ୍ରମ ମଇ ୧ ତାରିଖରୁ ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟଦିବସରେ ସକାଳ ୬.୦୦ଘଟିକା ରୁ ସନ୍ଧ୍ୟା ୬.୦୦ ଘଟିକା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବା ପ୍ରତ୍ୟେକ ଶିକ୍ଷାର୍ଥୀ ପାଖରେ ସହୟତା କେନ୍ଦ୍ରର ସୁବିଧା ପହଞ୍ଚାଇବା ପାଇଁ ଦେୟମୁକ୍ତ ନମ୍ବରର ବ୍ୟବସ୍ଥା କରାଯାଇଅଛିା ଏହି ଦେୟମୁକ୍ତ ନମ୍ବରକୁ ଶିକ୍ଷାର୍ଥୀମାନେ ସେମାନଙ୍କର ଅବକାଶକାଳୀନ ଗୃହକାର୍ଯ୍ୟ ସମ୍ବନ୍ଧିତ ପ୍ରଶ୍ନ ସିଧାସଳଖ ପଚାରିପାରିବେ ଏବଂ ସହୟତା କେନ୍ଦ୍ର ରେ ନିୟୋଜିତ ଶିକ୍ଷକଶିକ୍ଷୟିତ୍ରୀମାନେ ଶିକ୍ଷାର୍ଥୀମାନଙ୍କର ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ କରିବୋ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.