EPFO ଆଣିଲା ଖୁସି ଖବର, ବଢ଼ିଲା ଅଧିକ ପେନସନ ବିକଳ୍ପ ବାଛିବାର ସମୟସୀମା

ଇପିଏଫଓ ପକ୍ଷରୁ ଆପଣଙ୍କ ପାଇଁ ଆସ୍ୱସ୍ତିକର ଖବର ଆସିଛି । ଏବେ ଇପିଏଫଓ ପକ୍ଷରୁ ଏହି ସମୟସୀମା ଆସନ୍ତା ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର । ଯୋଗ୍ୟ ସଦସ୍ୟଙ୍କୁ ଇପିଏଫଓ ପକ୍ଷରୁ ଅଧିକ ପେନସନ ବିକଳ୍ପ ବାଛିବା ପାଇଁ ସୁବିଧା ପ୍ରଦାନ କରାଯାଇଛି । ଏଥିପାଇଁ ଆବେଦନ ନିମନ୍ତେ ମେ ମାସ ୩ ତାରିଖ ଏହାର ଅନ୍ତିମ ତାରିଖ ରହିଥିଲା । ମାତ୍ର ଇପିଏଫଓ ପକ୍ଷରୁ ଆପଣଙ୍କ ପାଇଁ ଆସ୍ୱସ୍ତିକର ଖବର ଆସିଛି । ଏବେ ଇପିଏଫଓ ପକ୍ଷରୁ ଏହି ସମୟସୀମା ଆସନ୍ତା ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସ୍କିମ ମାଧ୍ୟମରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଆବେଦନ କ୍ଷେତ୍ରରେ ସକ୍ଷମ କରାଇବାକୁ ନିଷ୍ପତ୍ତି ନିଆଯାଇଛି ।

ରିପୋର୍ଟ ମୁତାବକ, ଗତ ୨୦୨୨ ମସିହା ନଭେମ୍ବର ମାସ ୪ ତାରିଖରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ମୁତାବକ ପେନସନଭୋଗୀଙ୍କୁ ବିକଳ୍ପ ବାଛିବା ପାଇଁ ଆବେଦନ କରିବାକୁ ବ୍ୟବସ୍ଥା କରାଯାଇଛି । ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ଅନଲାଇନ ସୁବିଧା କରାଯାଇଛି । ଅଧିକ ପେନସନ ବାଛିବା ପାଇଁ ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷରୁ ଅଧିକ ଲୋକ ଆବେଦନ କରିସାରିଲେଣି । ଏ ବାବଦରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କିଏ ହେବବେ ହାୟର ପେନସନ୍‌ ଯୋଗ୍ୟ?

ଯେଉଁ କର୍ମଚାରୀମାନେ ପୂର୍ବ ବେତନ ସୀମା ୫୦୦୦ ବା ୬୫୦୦ ଟଙ୍କାରୁ ଅଧିକ ବେତନରେ କଣ୍ଟ୍ରିବ୍ୟୁଟ କରିଥିବେ ଓ ଇପିଏସ-୯୫ର ସଦସ୍ୟ ହେବା ସମୟରେ ସଂଶୋଧିତ ଯୋଜନା ସହିତ ଇପିଏସ ବିକଳ୍ପ ବାଛିଥିବେ, ସେମାନେ ଉଚ୍ଚ ପେନସନ ପାଇଁ ଯୋଗ୍ୟ ହୋଇ ପାରିବେ ବୋଲି ଇପିଏଫଓ ପକ୍ଷରୁ ଜାରି ଏକ ସର୍କୁଲାରରେ କୁହାଯାଇଛି । ଯେଉଁ କର୍ମଚାରୀମାନେ ୦୧.୦୯.୨୦୧୪ ପୂର୍ବରୁ ବା ଏହି ତାରିଖ ସୁଦ୍ଧା ଇପିଏଫର ଅଂଶ ଥିବେ, ମାତ୍ର ଉଚ୍ଚ ପେନସନ ପାଇଁ ଆବେଦନ ପାଇଁ କରିପାରି ନାହାନ୍ତି, ସେମାନେ ୪ ମାସ ମଧ୍ୟରେ ନୂଆ ବିକଳ୍ପ ବାଛି ପାରିବେ ବୋଲି ଗତବର୍ଷ ସୁପ୍ରିମକୋର୍ଟ କହିଥିଲେ । ତେବେ ଏହାପରେ ଡେଡଲାଇନକୁ ଚଳିତ ବର୍ଷ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.