Below header

ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ହୃଷୀକେଶ ମଲ୍ଲିକଙ୍କୁ ମିଳିବ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ । ହୃଷୀକେଶ ମଲ୍ଲିକଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ୨୦୨୧ ମସିହା ପାଇଁ ପୁସ୍ତକ ‘ସରିଯାଇଥିବା ଅପେରା’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ । ସେହିପରି ଡକ୍ଟର ଦିଗରାଜ ବ୍ରହ୍ମାଙ୍କୁ ମିଳିବ ବାଲ୍‌ ସାହିତ୍ୟ ପୁରସ୍କାର । ଗୀତ କହେ ମିତର କଥା ପାଇଁ ବାଲ୍‌ ସାହିତ୍ୟ ପୁରସ୍କାର ପାଇବେ ଡକ୍ଟର ଦିଗରାଜ ବ୍ରହ୍ମା । ୨୦୨୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇବେ ଦେବବ୍ରତ ଦାସ । ‘ସ୍ପର୍ଶ ଓ ଅନ୍ୟ ଗଳ୍ପ’ ପାଇଁ ତାଙ୍କୁ ପୁରସ୍କୃତ କରାଯିବ ।

digaraj brhmaha

ସେହିପରି ସଂସ୍କୃତ ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇବେ ଲେଖିକା ଶ୍ୱେତପଦ୍ମା ଶତପଥୀ । ‘କଥା କଲ୍ପଳତା’ ପାଇଁ ପୁରସ୍କାର ପ୍ରଦାନ ଲାଗି ତାଙ୍କ ନାଁ ଘୋଷଣା କରାଯାଇଛି । ମୟୂରଭଞ୍ଜର ଲେଖକ କୁନା ହାଁସଦାଙ୍କୁ ସାନ୍ତାଳୀ ଭାଷା ପାଇଁ ଯୁବ ପୁରସ୍କାର ପ୍ରଦାନ କରାଯିବ । ‘ସାଗାଇ ଗାନାଡ଼େ’ ପାଇଁ ସେ ଏହି ପୁରସ୍କାର ପାଇବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.