ଭଲପାଇବା ବଦଳରେ ପ୍ରତି ଭଲପାଇବା ଦେଲେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ

ଅଲୁ ଅର୍ଜୁନ, ରଶ୍ମିକା ମନ୍ଦନା, ଓ ଫାହାଦ ଫାସିଲ ଅଭିନୀତ ପୁଷ୍ପା ଦେଶରୁ ଏକ ଅବିଶ୍ୱସନୀୟ ପ୍ରତିକ୍ରିୟା ଗ୍ରହଣ କରୁଛି । ମୂଳତ: ତେଲୁଗୁ ଭାଷାରେ ନିର୍ମିତ ଏହି ଚଳଚିତ୍ରଟି ହିନ୍ଦୀ ତାମିଲ ଓ କନ୍ନଡ ତା ସହ ମଲାୟାଲାମ ଭାଷାରେ ମଧ୍ୟ ମୁକ୍ତିଲାଭ କରିଥିଲା । ଫୁଷ୍ପାର ହିନ୍ଦି ଭର୍ସନ ନର୍ଥନ ବେଲ୍ଟରେ ଅଧିକ ଚାଲିବା ସହ ସମସ୍ତଙ୍କୁ ଚକିତ କଲା ଭଳି ରେସପନ୍ସ ଦେଇଥିଲା । ପୁଷ୍ପାର ପୋଷ୍ଟ ରିଲିଜର ଏକ ଇଭେଣ୍ଟରେ ମୁଖ୍ୟ ଅଭିନେତା ଅଲୁ ଅର୍ଜୁନ ଉତ୍ତର ଭାରତ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଫିଲ୍ମର ସିକ୍ୱେଲ ସର୍ବାଧିକ ଭାରତୀୟ ଭାଷାରେ ମୁକ୍ତିଲାଭ କରିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ପୁଷ୍ପାର ସଫଳତା ଇଭେଣ୍ଟରେ ଅଲୁ କହିଛନ୍ତି ଏହାର ରେସପନ୍ସରେ ସେମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ତାଙ୍କର କହିବା କଥା କି ଫିଲ୍ମକୁ ହିନ୍ଦୀରେ ରିଲିଜ କରିବାକୁ ଭାବିଥିଲୁ । ହେଲେ ନିଶ୍ଚିନ୍ତ ନଥିଲୁ । କାରଣ ପ୍ରମୋସନ ପାଇଁ ସମୟ ନଥିଲା । ତେଣୁ କେତେ ପରିବର୍ତ୍ତନ ଆସିବ ତାହା ବି ଜଣାନଥିଲା ।

ଅନ୍ୟପଟେ ଗତ ୫ବର୍ଷ ହେଲାଣି ୟୁଟ୍ୟୁବରେ ଫଲ୍ମକୁ ନେଇ ଯେଉଁ ଭୂମିକା ରହିଛି ତାକୁ ସେ ଦେଖିଆସୁଥିବା କହିଛନ୍ତି । ୟୁଟ୍ୟୁବରେ ଦକ୍ଷିଣ ଭାରତୀୟ ଚଳଚିତ୍ରର ହିନ୍ଦୀ ଡବ୍ଡ ଭର୍ସନ କିପରି ଅଧିକ ରହିଛି ତାହା ସେ କହିଛନ୍ତି । ଏବଂ ଫିଲ୍ମର ଏତେ ବଡ ସଫଳତା ପାଇଁ ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି ସୁପରଷ୍ଟାର ଅଲୁ ଅର୍ଜୁନ । ଫିଲ୍ମରେ ଦର୍ଶକଙ୍କ ଥିଏଟର ଆସିବାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସେ । ନୂଆଁବର୍ଷ ଆରମ୍ଭ ନହେଉଣୁ ଦର୍ଶକଙ୍କ ପୁଷ୍ପାର ସଫଳତା ଭେଟିକୁ ନେଇ ଖୁସି ପ୍ରକାଶ କରିବା ସହ ଦର୍ଶକଙ୍କୁ ପ୍ରତି ଭଲପାଇବା ଦେଇଛନ୍ତି ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.