Below header

ଗୁଗଲ ମ୍ୟାପ୍‌ର ଅଦ୍ଭୁତ ନିର୍ଦ୍ଦେଶ : ବ୍ୟକ୍ତିକୁ ଜଙ୍ଗଲରେ ଫସାଇଲା ପୁଣି ଆମ୍ବ ଗଛ ଉପରେ ଗାଡ଼ି ଚଢ଼ାଇବାକୁ କହିଲା

ନୂଆଦିଲ୍ଲୀ : ବିଜ୍ଞାନ ଓ ଏହାର ଟେକ୍‌ନୋଲୋଜୀ ଜୀବନ ଶୈଳୀକୁ ବହୁ ସହଜ କରିଦେଇଛି । ହେଲେ ବେଳେ ବେଳେ ଟେକ୍‌ନୋଲୋଜୀ ବା ସପ୍ଟେଓ୍ଵୟାର ଉପରେ ପୂର୍ଣ୍ଣ ଭରଷା କଲେ ଅସୁବିଧାରେ ପଡ଼ିବାକୁ ହୋଇଥାଏ । ଏମିତି ଏକ ଘଟଣା ଜାଣିବାକୁ ମିଳିଛି ଘାନାରୁ । ଗୁଗୁଲ ମ୍ୟାପକୁ ନେଇ ଆଲଫର୍ଡ ନାମକ ଜଣେ ବ୍ୟକ୍ତି ନିଜର ଅଭିଜ୍ଞତା ଟ୍ଵିଟ କରିଛନ୍ତି । ଯାହାକୁ ଜାଣିଲେ ଆପର ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ଆଲଫର୍ଡ ଗୁଗୁଲ ସହ ହୋଇଥିବା ତାଙ୍କର ଅଭିଜ୍ଞତା ସୋସିଆଏ ମିଡ଼ିଆରେ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ଥରେ ସେ ଡ୍ରାଇଭିଂ କରୁଥିବା ବେଳେ ଗୁଗୁଲ ମ୍ୟାପର ସହାୟତା ନେଇଥିଲେ । ହେଲେ ଗୁଗୁଲ ତାଙ୍କୁ ଏକ ଜଙ୍ଗଲ ମଝିରେ ଠିଆ କରାଇ ଦେଇଥିଲେ । ଖାଲି ସେତିକି ନୁହେଁ ଆଗକୁ ଜିବା ପାଇଁ ତାଙ୍କୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହା ଜାଣି ଆପଣଙ୍କ ହୋସ ଉଡ଼ିଯିବ ।

ଆଲଫର୍ଡ କହିଛନ୍ତି ଯେ ସେ ଡ୍ରାଇଭିଂ କରୁଥିବାବେଳେ ଗୁଗୁଲ ତାଙ୍କୁ ଏକ ଜଙ୍ଗଲ ମଝିକୁ ନେଇଯାଇଥିଲା । ଏବଂ ଏହାପରେ ଦେଇଥିବା ନିର୍ଦ୍ଦେଶ ମଧ୍ୟ ଆହୁରି ଭୟଙ୍କର ଥିଲା । ଆଗକୁ ଗୁଗୁଲ ତାଙ୍କୁ ଯେଉଁ ରାସ୍ତା ଦେଖାଇଲା ସେଥିରେ ତାଙ୍କୁ ଏକ ଗଛ ଉପରେ ଚଢ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅର୍ଥାତ ଯେଉଁ ରାସ୍ତାରେ ତାଙ୍କୁ ଯିବାକୁ କୁହାଯାଇଥିଲା ତାଙ୍କ ଆଗରେ ଏକ ଆମ୍ବ ଗଛ ଥିଲା । ସେ କେମିତି ଯିବେ ବୁଝି ପାରିନଥିଲେ ।

ଗୁଗୁଲର ଏପରି ନିର୍ଦ୍ଦେଶ ଦେଖି ଆଲଫର୍ଡ ଚକିତ ହୋଇଯାଇଥିଲେ । ସେ ଆଗକୁ କ’ଣ କରିବେ ବୁଝି ପାରିନଥିଲେ । ସେହିପରି ଆଲଫର୍ଡଙ୍କ ଘଟଣା ଶୁଣି ଅନ୍ୟ ୟୁଜରମାନେ ମଧ୍ୟ ଗୁଗୁଲ ମ୍ୟାପର ଅଭିଜ୍ଞତା ସମ୍ପର୍କରେ ତାଙ୍କର ଅଭିଜ୍ଞତା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.