ରାତିରେ ଶୋଇବା ପୂର୍ବରୁ କ୍ଷୀରରେ କେସର ମିଶାଇ ପିଅନ୍ତୁ, ସୁସ୍ଥ ରହିବେ

କେସରକୁ ଔଷଧର ମାନ୍ୟତା ଦିଆଯାଇଛି। ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀର ପାଇଁ ଏହା ଭଲ ହୋଇଥାଏ । ଶୀତଦିନରେ କେସର ମିଶା କ୍ଷୀର ସୁବୁଠୁ ଫାଇଦା ଯୋଗାଏ। କେସରରେ ଆଣ୍ଟି ଇନଫ୍ଲାମେଟ୍ରି ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରି ରହିଥାଏ । ଏହାସହ ଫାଇବର, ମାଙ୍ଗାନିଜ, ଭିଟାମିନ ସି , ପୋଟାସିୟମ, ଆଇରନ, ପ୍ରୋଟିନ ଏବଂ ଭିଟାମିନ ଏ ମହଜୁଦ ରହିଛି। କେସର ମିଶା କ୍ଷୀର ଡିପ୍ରେସନ ଏବଂ ଷ୍ଟ୍ରେସ ସମସ୍ୟାକୁ ଦୂର କରିଥାଏ। ଆଜି ଆମେ କହିବୁ ଏହାର ଫାଇଦା।

ହଜମ ଶକ୍ତି:
କେସର ମିଶା କ୍ଷୀର ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ। କେସରରେ ପେପ୍ଟିକ ନାମକ ତତ୍ତ୍ୱ ଭରି ରହିଥାଏ। ଯାହା ପାଚନ ତନ୍ତ୍ର ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ।

ହାର୍ଟ:
କେସରରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟ୍ରି ଗୁଣ ଭରି ରହିଥାଏ । ଏହାକୁ ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳେ। ଏହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ଷ୍ଟ୍ରେସ:
ଷ୍ଟ୍ରେସ ଓ ଡିପ୍ରେସନ ସମସ୍ୟାକୁ ଦୂର କରିବାରେ କେସର ସାହାଯ୍ୟ କରିଥାଏ। ମନକୁ ଶାନ୍ତ କରିବାକୁ ଚାହୁଁଥିଲେ କେସରକୁ ପ୍ରତିଦିନ କ୍ଷୀରରେ ମିଶାଇ ପିଅନ୍ତୁ। ଏହାଦ୍ୱାରା ଆପଣ ଚିନ୍ତା ମୁକ୍ତ ରହିବେ।

ଆଖି:
ଆଖି ପାଇଁ କେସର ବହୁତ ଭଲ ହୋଇଥାଏ। ଏଥିରେ ମହଜୁଦ ଥିବା ଆଣ୍ଟିଅକ୍ସିଡାଣ୍ଟ ଆଖି ପାଇଁ ବରଦାନ ସଦୃଶ୍ୟ ହୋଇଥାଏ। ଜ୍ୱଳନ ସମସ୍ୟା କିମ୍ବା ଆଖିରୁ ଲୁହ ବାହାରୁଥିଲେ ଏହା କମିଯାଏ। ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଏହି କେସର।

ତ୍ୱଚା:
ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ସ୍କିନ ପାଇଁ ବହୁତ ଭଲ ହୋଇଥାଏ। ଏହା ସ୍କିନକୁ ସବୁ ପ୍ରକାର ଫାଇଦା ଯୋଗାଏ। ଏହା ମୁହଁରେ ଥିବା ଦାଗ ଆଦି ସମସ୍ୟାକୁ ଦୂର କରେ । ସ୍କିନକୁ ଗ୍ଲୋ କରିବାରେ ଏହା ସାହାଯ୍ୟ କରେ।