ମତେ କରୋନା ଭାରି ହଇରାଣ କରୁଛି, ଅବସ୍ଥା ଅତ୍ୟନ୍ତ ଖରାପ; ଇନଷ୍ଟାଗ୍ରାମ ଷ୍ଟୋରୀରେ ନୋରା ଫତେହୀ ଲେଖିଲେ ଏମିତି

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ନୋରା ଫତେହୀ ମଧ୍ୟ କରୋନା କବଳରେ ଫସି ଯାଇଛନ୍ତି। ଅଭିନେତ୍ରୀ ନିକଟରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କୋଭିଡ ପଜିଟିଭ୍ ହେବା କଥା ଜଣାଇଥିଲେ, ଯାହା ପରେ ପ୍ରଶଂସକମାନେ ତାଙ୍କ ବିଷୟରେ ଚିନ୍ତା କରିବା ଆରମ୍ଭ କରି ଦେଇଥିଲେ। ନୋରା କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି।

ନୋରାଙ୍କ ପୋଷ୍ଟ

ନୋରା ନିଜକୁ କରୋନା ହୋଇଛି ବୋଲି ଜଣାଇଛନ୍ତି। ସେ କହିଛନ୍ତି କି, ସେ ବର୍ତ୍ତମାନ କ୍ୱାରେଣ୍ଟିନରେ ରହୁଛନ୍ତି ଏବଂ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସେ ଏକ ବାର୍ତ୍ତା ମଧ୍ୟ ଲେଖିଛନ୍ତି ଏବଂ କହିଛନ୍ତି ଯେ ‘ମୁଁ କରୋନା ସହ ଲଢ଼ୁଛି। କରୋନା ମୋତେ ଅତି ଖରାପ ରୂପେ ନିଜ କବଳକୁ ନେଇ ଯାଇଛି। ମୁଁ ଅନେକ ଦିନ ଧରି ବିଛଣାରେ ଥିଲି ଏବଂ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛି। ଆପଣ ସମସ୍ତେ ସୁରକ୍ଷିତ ରୁହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ। ଏହା ବହୁତ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ସମସ୍ତଙ୍କୁ ଭିନ୍ନ ଭିନ୍ନ ଉପାୟରେ ପ୍ରଭାବିତ କରୁଛି। ଦୁଃର୍ଭାଗ୍ୟବଶତଃ, ମୋ ଅବସ୍ଥା ବହୁତ ଖରାପ ହୋଇ ଯାଇଛି ଏବଂ ଏହା କାହା ସହିତ ବି ହୋଇ ପାରେ। ମୁଁ ନିଜକୁ ରିକଭର କରିବାକୁ ଚେଷ୍ଟା କରୁଛି ଏବଂ ଏହା ହିଁ ସବୁଠୁ ଗୁରୁତ୍ୱ ରଖେ। ଆପଣଙ୍କ ସ୍ୱାସ୍ଥ୍ୟଠାରୁ ଅଧିକ ଆଉ କିଛି ବି ଗୁରୁତ୍ୱପୂର୍ଣ୍ଣ ନୁହେଁ’।

nora
photo: Zee News Hindi

ଗୀତର ପ୍ରମୋସନରେ ବ୍ୟସ୍ତ ଥିଲେ ନୋରା

ସିଙ୍ଗର ଗୁରୁ ରନ୍ଧାୱାଙ୍କର ନୂଆ ଗୀତ ‘ଡ୍ୟାନ୍ସ ମେରୀ ରାନୀ’ର ଭିଡିଓରେ ନୋରା ଫତେହୀଙ୍କୁ ଦେଖା ଯାଇଥିଲା। ଗୀତ ଆସିବା ପରଠାରୁ ନୋରା ଓ ଗୁରୁ ଲଗାତାର ଏହାର ପ୍ରମୋଶନ କରୁଛନ୍ତି। ଗୀତଟିର ଚର୍ଚ୍ଚା ସବୁଆଡ଼େ ହେଉଛି। ଗୀତ ରିଲିଜ୍ ହେବା ମାତ୍ରେ ହିଁ ୟୁଟ୍ୟୁବରେ ହିଟ୍ ହୋଇ ଯାଇଥିଲା। ଭିଡିଓର କ୍ରେଜ୍ ଏପରି ଯେ ବିଦେଶୀମାନେ ମଧ୍ୟ ଏହାର ବିଟ୍‌ସରେ ନାଚୁଛନ୍ତି। ନୋରା ଏମିତି ହିଁ କିଛି ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ।

କହି ରଖୁଛୁ ଯେ ନୋରା ଫତେହୀ ନିଜ ଗୀତ ‘ଡ୍ୟାନ୍ସ ମେରୀ ରାନୀ’କୁ ପ୍ରମୋଟ କରିବା ପାଇଁ କପିଲ ଶର୍ମା ଶୋ’, ସଲମାନ ଖାନଙ୍କ ‘ବିଗ୍ ବସ୍ ୧୫ ୱିକେଣ୍ଡ୍ କେ ଓ୍ଵାର’, ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର’ ସମେତ କେତେକ ଶୋ’ରେ ନଜର ଆସିଥିଲେ। ତେଣୁ ଗୁରୁ ରନ୍ଧାୱା ଓ ନୋରାଙ୍କ ସହ ସମ୍ପର୍କରେ ଆସିଥିବା ଷ୍ଟୋରମାନଙ୍କୁ ମଧ୍ୟ କରୋନା ଟେଷ୍ଟ କରିବାକୁ ପଡିବ। ନୋରା ଫତେହୀଙ୍କ ପୂର୍ବରୁ ଅର୍ଜୁନ କପୁର, ରିୟା କପୁର, ଶିଳ୍ପା ଶିଡୋରକର, ଅଂଶୁଲା କପୁର ବି କରୋନା କବଳକୁ ଆସି ଯାଇଛନ୍ତି। ନିକଟରେ କରୀନା କପୁର ଓ ମଲାଇକାଙ୍କ ଭଉଣୀ ଅମୃତା ଅରୋରା କରୋନାକୁ ମାତ୍‌ ଦେଇଛନ୍ତି।