ଘରେ ନିଶ୍ଚୟ ବନାନ୍ତୁ ଟମାଟୋ ଭୃଷଙ୍ଗ ପତ୍ର ଚଟଣୀ, ଖାଦ୍ୟକୁ ଦେବ ଜବରଦସ୍ତ ସ୍ୱାଦ

ଶୀତ ଦିନେ ଚଟଣୀକୁ ଅଧିକ ଖିଆଯାଏ। ଭାତ ଥାଳି ବଢ଼ା ହୋଇଥିବ ତା ସହିତ ବିଭିନ୍ନ ପ୍ରକାରର ଚଟଣୀ ବି ବଢ଼ାଯାଇଥିବ। ଏହା ଖାଦ୍ୟର ସ୍ୱାଦକୁ ବହୁତ ବଢ଼ାଇ ଦେଇଥାଏ। ଏମିତି ତ ଆପଣ ଅନେକ ଚଟଣୀ ବନାଉଥିବେ କିନ୍ତୁ ଆଜି ଯେଉଁ ଚଟଣୀ ବିଷୟରେ ଆପଣଙ୍କୁ ଜଣାଇବୁ। ତାକୁ ଥରେ ଚାଖିଲେ ଆପଣଙ୍କୁ ବାରମ୍ବାର ଖାଇବାକୁ ମନ ହେବ। ଏହି ଚଟଣୀକୁ ବନାଇବା ବହୁତ ସହଜ। ଆମେ ଆପଣଙ୍କୁ କହୁଛୁ ଟେଷ୍ଟି ଟମାଟୋ ଭୃଷଙ୍ଗ ପତ୍ର।
ଆବଶ୍ୟକ ସାମଗ୍ରୀ
- ୨ କପ୍ କଟା ଟମାଟୋ
- ଗୋଟେ ମିଡିୟମ୍ ସାଇଜର ପିଆଜ (କଟା ହୋଇଥିବା)
- ୩ଟି କଞ୍ଚା ଲଙ୍କା
- ୧/୨ ଇଞ୍ଚର ଅଦା (ଗ୍ରେଟ କରାଯାଇଥିବା)
- ୩-୪ଟି ରସୁଣକୋଲା (ଛୋଟ କଟା ହୋଇଥିବା)
- ୧.୫ ଛୋଟ ଚାମଚ ଲାଲ ଲଙ୍କା ପାଉଡର
- ୧/୨ ଛୋଟ ଚାମଚ ହଳଦି ପାଉଡର
- ଏକ ଛୋଟ ଚାମଚ ଜିରା
- ୧୦ଟି ଭୃଷଙ୍ଗ ପତ୍ର
- ଏକ ଛୋଟ ଚାମଚ ସୋରିଷ
- ୧/୨ ଛୋଟ ଚାମଚ ତେନ୍ତୁଳି ରସ
- ୨ ଛୋଟ ଚାମଚ ଗୁଡ
- ଲୁଣ ସ୍ୱାଦାନୁସାରେ
- ୧-୨ ବଡ ଚାମଚ ତେଲ
ପ୍ରସ୍ତୁତି ପ୍ରଣାଳୀ
ଟମାଟୋ ଭୃଷଙ୍ଗ ପତ୍ର ଚଟଣୀ ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଜିରା, ସୋରିଷ, ଭୃଷଙ୍ଗ ପତ୍ର ଭାଜି ଦିଅନ୍ତୁ। ଏହାପରେ ଏଥିରେ ଅଦା, ରସୁଣ ପକାଇ ଭାଜି ଦିଅନ୍ତୁ। ଏହାପରେ ଏଥିରେ କଞ୍ଚା ଲଙ୍କା ଏବଂ ପିଆଜ ପକାଇ ନରମ ହେବା ପର୍ଯ୍ୟନ୍ତ ଭାଜି ଦିଅନ୍ତୁ। ଏବେ ଏଥିରେ ଲୁଣ, ଟମାଟୋ ପକାଇ ଭଲ ଭାବେ ରାନ୍ଧନ୍ତୁ। ଏହାପରେ ଏଥିରେ ସମସ୍ତ ସୁଖିଲା ମସଲା ମିଶାଇ ୩-୪ ମିନିଟ୍ ଆଉ କିଛି ସମୟ ଫ୍ରାଏ କରନ୍ତୁ। ଏବେ ଏଥିରେ ତେନ୍ତୁଳି ରସ ଏବଂ ଗୁଡ ପକାଇ ଅଳ୍ପ କିଛି ସମୟ ଆଞ୍ଚରେ ବସାନ୍ତୁ। ଏବେ ଆପଣଙ୍କର ଟମାଟୋ ଚଟଣୀ ପ୍ରସ୍ତୁତ ହୋଇଯାଇଛି।