Below header

ଜାହାଜରୁ ୨୦୦ କୋଟିର କୋକେନ୍ ଜବତ ଘଟଣା, ସନ୍ଧାନୀ କୁକୁର ସହାୟତାରେ ଯାଞ୍ଚ

ପାରାଦୀପ ବନ୍ଦରରେ ଏକ ଜାହାଜରୁ ଆଜି ୨୨୦ କୋଟି ଟଙ୍କାର କୋକେନ୍ ଜବତ ହୋଇଛି। ଜାହାଜରେ ସନ୍ଧାନୀ କୁକୁର ସହାୟତାରେ ଯାଞ୍ଚ କରାଯାଇଛି । ଯାଞ୍ଚ ବେଳେ ଜାହାଜରୁ କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଓ ତଥ୍ୟ ମିଳିଥିବା ସୂଚନା ମିଳିଛି ।

ପାରାଦୀପ (କେନ୍ୟୁଜ): ପାରାଦୀପ ପୋର୍ଟରେ ଏମଭି ଦେବୀ ଜାହାଜରେ କିଏ ଓ କୁଆଡ଼େ ଚାଲାଣ କରୁଥିଲା କୋକେନ୍ ? ୨୨୦ କୋଟି ଟଙ୍କାର ୨୨ ପ୍ୟାକେଟ୍ କୋକେନ୍ ମିଳିବା ପରେ ଅଧିକ ଖୋଳତାଡ କରୁଛି କଷ୍ଟମ୍ସ ବିଭାଗ । ଅନ୍ତର୍ଜାତୀୟ ଡ୍ରଗ୍ସ କାରବାର ଦିଗରେ ତଦନ୍ତ ଚାଲିଛି । ଜାହାଜରେ ସନ୍ଧାନୀ କୁକୁର ସହାୟତାରେ ଯାଞ୍ଚ କରାଯାଇଛି । ଯାଞ୍ଚ ବେଳେ ଜାହାଜରୁ କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଓ ତଥ୍ୟ ମିଳିଥିବା ସୂଚନା ମିଳିଛି । ଜବତ କୋକେନ ସାମ୍ପଲକୁ ସରକାରୀ ଲାବ୍ରୋଟୋରୀକୁ ପଠାଯାଇଛି । ଜାହାଜରେ ଥିବା ସମସ୍ତ କ୍ରିଉ ମେମ୍ବର ଭିଏତନାମର । ସେମାନଙ୍କୁ ବି ପଚରାଉଚରା କରାଯାଉଛି ।

ପାନାମାରେ ପଞ୍ଜିକୃତ ଏହି ଜାହାଜଟି ଇଣ୍ଡୋନେସିଆର ଗ୍ରେସିକ୍ ବନ୍ଦରରୁ ଗତ ୨୨ ତାରିଖରେ ଆସିଥିଲା । ଏହାକୁ ପରିଚାଳିତ କରୁଥିଲା ଏସିଆ ପାକିଫିକ୍ ସିପିଂ କର୍ପୋରେସନ୍ ଲିମିଟେଡ୍ ସଂସ୍ଥା । ଡେନମାର୍କ ଯିବାର ଥିଲା । ତାପୂର୍ବରୁ ପାରାଦୀପ ପୋର୍ଟରେ ଯାଞ୍ଚ ବେଳେ ଜାହାଜରୁ ମିଳିଛି ବିପୁଳ ପରିମାଣର କୋକେନ୍ । ଏବେ ପ୍ରଶ୍ନ ଉଠୁଛି, ପାନାମା ପଞ୍ଜିକୃତ ଜାହାଜରେ କେଉଁଠୁ ଆସିଥିଲା କୋକେନ୍ ? କୁଆଡ଼େ ଯାଉଥିଲା ? କୋକେନ୍ ଭାୟା ପାନାମା ଦେଇ ଆସିଥିଲା କି ? ଓଡ଼ିଶା ପାଇଁ ଆସିଥିଲା ନା ଅନ୍ୟ କୁଆଡ଼େ ଯିବାର ଥିଲା ? ଓଡ଼ିଶାରେ କୋକେନ୍ କାର୍ଟେଲ୍ ସକ୍ରିୟ ଅଛନ୍ତି କି ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.