Below header

ମହାନତା ଦେଖାଇଲେ ଲକ୍ଷ୍ମୀପୁରର ବିଧାୟକ ପ୍ରଭୁ ଜାନୀ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ଉଦ୍ଧାର କରି ମେଡିକାଲରେ କରାଇଲେ ଭର୍ତ୍ତି

କୋରାପୁଟ(କେନ୍ୟୁଜ୍): ବିଧାୟକଙ୍କ ମାନବିକତା । ବିଳମ୍ବିତ ରାତିରେ ଦୁର୍ଘଟଣାରେ ଆହତଙ୍କୁ ମେଡିକାଲ ପଠାଇଲେ ଲକ୍ଷ୍ମୀପୁରର ବିଧାୟକ ପ୍ରଭୁ ଜାନୀ । କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରାସ୍ତାରେ ବିଳମ୍ବିତ ରାତିରେ ଜଣେ ଯୁବକ ବୁଲେଟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡିଥିଲେ । କିଛି ବ୍ୟକ୍ତି ସେହି ରାସ୍ତା ଦେଇ ଯାଉଥିବା ସମୟରେ ଯୁବକଙ୍କୁ ଦେଖି ମେଡିକାଲ ନେବାପାଇଁ ସହାୟତା ଲୋଡ଼ିଥିଲେ ମଧ୍ୟ କେହି ସାହାଯ୍ୟ କରିନଥିଲେ ।

ଏହି ସମୟରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ସେହି ରାସ୍ତା ଦେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି ୧୧୨କୁ ଫୋନ କରିଥିଲେ । ଦୁର୍ଘଟଣାରେ ଆହତ ଯୁବକଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ନେଇ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ସ୍ଥାନୀୟ ଲୋକ ବିଧାୟକଙ୍କ ଏହି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.