ପ୍ରେମିକାକୁ ନିଜର ପ୍ରେମ ଜଣାଇବା ପାଇଁ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ିଗଲେ ଯୁବକ; ଆଉ ତା’ ପରେ କଲେ ଏମିତି ହରକତ…

କିଛି ଲୋକ ପ୍ରେମରେ ଏମିତି ଅନ୍ଧ ହୋଇଯାଆନ୍ତି ଯେ ସେମାନେ ନିଜ ଜୀବନକୁ ବି ବାଜି ଲଗାଇବାକୁ ପଛାନ୍ତି ନାହିଁ। ଖାସ୍‌ କରି, ପୁଅମାନେ ନିଜ ପ୍ରେମିକାଙ୍କୁ ମନେଇବା ତଥା ସେମାନଙ୍କୁ ନିଜର ପ୍ରେମ ଜଣାଇବା ପାଇଁ ଅଜବ କାରନାମା ମଧ୍ୟ କରି ବସନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏହିଭଳି ଅନେକ ଭିଡିଓ ଦେଖିବାକୁ ମିଳୁଛି, ଯେଉଁଠି ପ୍ରେମିକମାନେ ନିଜ ପ୍ରେମର ପରିପ୍ରକାଶ ପାଇଁ ବିଜୁଳି ଖୁଣ୍ଟରେ ଚଢ଼ି ଯାଉଛନ୍ତି ତ କେଉଁଠି ଉଚ୍ଚ ପାଣିଟାଙ୍କି ଉପରେ ଚଢ଼ି ପ୍ରେମିକାକୁ ମନେଇବାକୁ ଚେଷ୍ଟା କରୁଛନ୍ତି। ଏମିତି କରି ସେମାନେ ନିଜ ଜୀବନକୁ ବିପଦ ମୁହଁକୁ ମଧ୍ୟ ଠେଲି ଦେଉଛନ୍ତି।

ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ମନେଇବା ପାଇଁ ଏବଂ ପ୍ରେମର ପରିପ୍ରକାଶ ପାଇଁ ବିଜୁଳି ଖୁଣ୍ଟ ଉପରେ ଚଢ଼ିଥିବା ଦେଖିବାକୁ ମିଳୁଛି। ଭାଇରାଇ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଯୁବକ ଜଣକ ଏକ ଉଚ୍ଚ ବିଜୁଳି ଖୁଣ୍ଟ ଉପରେ ଚଢ଼ିଛନ୍ତି ଏବଂ ହାତରେ ତାଙ୍କର ମୋବାଇଲ ଫୋନ ରହିଛି। ସେ ମୋବାଇଲରେ ଭିଡିଓ କଲ୍‌ କରି କାହା ସହିତ କଥା ମଧ୍ୟ ହେଉଛନ୍ତି।

ଯୁବକ ମୋବାଇଲ ଫୋନରେ ‘ପୂଜା ଆଇ ଲଭ୍‌ ୟୁ’, ‘ପୂଜା ଆଇ ଲଭ୍‌ ୟୁ’ କହି ଜୋର୍‌ ଜୋର୍‌ରେ ଚିଲ୍ଲାଉଛନ୍ତି। ଏଥିରୁ ସ୍ପଷ୍ଟ ଭାବରେ ଜଣାପଡ଼ୁଛି ଯେ ମୋବାଇଲ୍‌ ଭିଡିଓ କଲ୍‌ରେ ନିହାତି ଭାବେ ଯୁବକ ତାଙ୍କ ପ୍ରେମିକାଙ୍କ ସହିତ କଥା ହେଉଛନ୍ତି।

ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ _itz_sonu_beawar ନାମକ ପେଜ୍‌ରୁ ସେୟାର କରାଯାଇଛି, ଯାହାକୁ ଏ ପର୍ଯ୍ୟନ୍ତ ପାଖାପାଖି ୭୦ ହଜାର ଲାଇକ୍ସ ମିଳି ସାରିଛି। ଲୋକେ ଏହା ଉପରେ ମଜାଦାର କମେଣ୍ଟ୍‌ସ ମଧ୍ୟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ପୂଜା ନାମରୁ ଏବେ ଇସ୍ତଫା ଦେବାକୁ ପଡ଼ିବ’। ଆଉ ଜଣେ ଲେଖିଛନ୍ତି, ‘ଆଉ କ’ଣ କିଛି ନାଁ ମିଳୁନି ଏମାନଙ୍କୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.