Below header

ସ୍ୱାମୀ ନା ରାକ୍ଷସ, ସାମାନ୍ୟ କଳି ପାଇଁ ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ମାରିଦେଲା

ଘଟ ଗାଁ(କେ ନ୍ୟୁଜ):  ଗର୍ଭବତୀ ପତ୍ନୀଙ୍କୁ ପିଟିପିଟି ହତ୍ୟାକଲା ସ୍ୱାମୀ | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୁରୁଡିଆମ୍ବ ଗ୍ରାମରେ । ମୃତ ମହିଳା ଜଣକ ହେଲେ ଗ୍ରାମର ମାନା ମୁଣ୍ଡାଙ୍କ ପତ୍ନୀ ଜିରା ମୁଣ୍ଡା। ସୂଚନା ଅନୁସାରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଘମାଘୋଟ ଝଗଡା ହୋଇଥିଲା । ଝଗଡା ଏତେ ଉଗ୍ରରୂପ ନେଲା ଯେ ଶେଷରେ ଗର୍ଭବତୀ ଜିରାଙ୍କ ପେଟକୁ ଉତ୍ୟକ୍ତ

ସ୍ୱାମୀ ଗୋଇଠା ମାରିଥିଲା। ଗୋଇଠା ମାଡ଼ରେ ଜିରା ବେହୋସ ହୋଇପଡିଥିଲେ । ପରେ ଏକ ଠେଙ୍ଗାରେ ପତ୍ନୀଙ୍କ ମୁଣ୍ଡକୁ ମାନା ପିଟିବାରୁ ଘଟଣା ସ୍ଥଳରେ ମାନାଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯିବା ପରେ କୋଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.