ଦିନେ ଥିଲେ ଅଚଳାଚଳ ସମ୍ପତ୍ତିର ମାଲିକ, ଆଜି କିନ୍ତୁ ମୁଠାଏ ଖାଇବାକୁ ଅନ୍ୟ ପାଖରେ ପତାଉଛନ୍ତି ହାତ

ସମ୍ବଲପୁର (କେନ୍ୟୁଜ) : କଥାରେ ଅଛି ସମୟର ଚକ ବଡ଼ ବଳବାନ। ଦିନେ ଥିଲେ ଅଚଳାଚଳ ସମ୍ପତ୍ତିର ମାଲିକ। ହେଲେ ସମୟ ଗଡ଼ିବା ପରେ ଆଜି ସେ ଅନ୍ୟ ଲୋକଙ୍କ ଭରସାରେ ଜୀବନ ଜିଉଛନ୍ତି ମୁନା ମହାକୁଡ଼। କିଏ ଦେଲେ ଯାଇ ଖାଇବେ ନହେଲେ ନାଇ। ଶେଷରେ ଏମିତି ଅବସ୍ଥା ହେଲାଯେ ସେ ମାନସିକ ରୋଗୀ ହୋଇଗଲେ।

ସମ୍ବଲପୁର ସହରର ଗୋପାଲମାଲ ଅଂଚଳରେ ରୁହନ୍ତି ମୁନା ମହାକୁଡ଼। ଦିନ ଥିଲା ସେ ଏହି ଅଞ୍ଚଳର ଜଣାଶୁଣା ଧନୀ ଶ୍ରେଣୀରେ ଗଣାଯାଉଥିଲେ। ଯିଏ ଦିନେ ଲୋକଙ୍କୁ ଖାଇବାକୁ ଦେଉଥିଲା ସେ ଆଜି ଦୁଇ ଓଳି  ଖାଇବାକୁ ପାଉନାହାନ୍ତି। ଧିରେ ଧିରେ ତାଙ୍କର ମାନସିକ ସ୍ଥିତି ମଧ୍ୟ ବିଗିଡିବାରେ ଲାଗିଲା। ଆଉ ଶେଷରେ ତାଙ୍କ ଘରେ ନିଜେ ବନ୍ଦ ହୋଇ ରହିଗଲେ। ତାଙ୍କ ନିଜ ଲୋକ ଥାଇ ମଧ୍ୟ ତାଙ୍କୁ କେହି ଆଉ ପଚାରିଲେ ନାହିଁ। ଶେଷରେ ସ୍ଥାନୀୟ ଅଞ୍ଚଳର ମହିଳା ଓ ଏସଏଚଜି ତାଙ୍କୁ ଖାଇବାକୁ ଦେଉଥିଲେ। ଧିରେ ଧିରେ ସ୍ୱାସ୍ଥ୍ୟ ଅବସ୍ଥାବି ତାଙ୍କର ବିଗିଡିବା ଆରମ୍ଭ କରିଥିଲା।

ମୁନା ମହାକୁଡ଼ଙ୍କ ଏପରି ଅବସ୍ଥା ଦେଖି କିଛି ସ୍ବେଚ୍ଛାସେବୀ ଆଗେଇ ଆସିଲେ ତାଙ୍କର ସାହାଯ୍ୟ କରିବା ପାଇଁ। ମୁନା ମହାକୁଡ଼ଙ୍କୁ ବହୁ କଷ୍ଟରେ ଘରୁ ବାହାରକୁ ଅଣାଯାଇ ତାଙ୍କୁ ସଫା କରାଯାଇଥିଲା। ଗାଧୋଇବା ସହ ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧାଇ ତାଙ୍କୁ ବୁର୍ଲା ମେଡିକାଲକୁ ନେଇଯାଇଥିଲେ ସ୍ବେଚ୍ଛାସେବୀମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.