Below header

ଝାରସୁଗୁଡ଼ା : ସାହାସପୁର ଠାରେ ଟ୍ରକ୍‌ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ୪୯ ନଂ ଏନ୍‌ ଏଚ୍‌ ଅବରୋଧ

ଝାରସୁଗୁଡ଼ା(କେନ୍ୟୁଜ୍‌) : ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ସାହାସପୁର ଛକରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକରେ ଯାଉଥିବା ଦୁଇ ଦମ୍ପତ୍ତିଙ୍କ ଉପରେ ଟ୍ରକ ମାଡ଼ିଯାଇଛି । ଫଳରେ ଘଟଣାସ୍ଥଳରେ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବା ବେଳେ, ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି ।

ସ୍ଥାନୀୟ ଲୋକେ ମୃତ ପରିବାରକୁ କ୍ଷତି ପୁରଣ ଦାବିରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିନାର୍ହି । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁ୍‌ଝା କରୁଛି । ତେବେ କୌଣସି ସମାଧାନ ହୋଇ ପାରିନାହିଁ । ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଠିଆ ହୋଇ ରହିଥିବା ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.