୫ରେ କେଦାରନାଥ ଯିବେ ପ୍ରଧାନମନ୍ତ୍ରୀ, ୮ କୁଇଣ୍ଟାଲ ଫୁଲରେ ସଜାଗଲା କେଦାରନାଥ ମନ୍ଦିର

ନୂଆଦିଲ୍ଲୀ : ଆସନ୍ତାକାଲି କେଦାରନାଥ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଜମ୍ମୁ କଶ୍ମୀର ନୌଶେରାରେ ସୈନିକମାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେଦାରନାଥରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୋଦୀଙ୍କ ଗସ୍ତ ସହ ଦୀପାବଳି ଥିବାରୁ କେଦାରନାଥ ମନ୍ଦିରକୁ ୮ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିବା ପରେ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥରେ ୨ଘଣ୍ଟା ରହିବାର ଯୋଜନା ଥିବା ବେଳେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି। କେଦାରନାଥ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ କେତେକ ପ୍ରୋଜେକ୍ଟର ଉଦ୍‌ଘାଟନ କରିବେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.