Below header

ଆତ୍ମସମର୍ପଣ କଲେ ଆଇଏଏସ୍ ବିନୋଦ କୁମାର : ୩ବର୍ଷ ଜେଲ୍

ଭୁବନେଶ୍ବର : ଆତ୍ମସମର୍ପଣ କଲେ ଆଇଏଏସ୍ ବିନୋଦ କୁମାର। ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ ଡେଭଲପମେଣ୍ଟ କର୍ପୋର୍ରେସନ-ଓଆଇଏଚଡିସି ଆର୍ଥିକ ଅନିୟମିତତା ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି। ORHDC ଦୁର୍ନୀତି ମାମାଲରେ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ୨୦୦୦ ମସିହାରେ ORHDCରେ ୫୫ ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗ ହୋଇଥିଲା । ବିନୋଦ କୁମାର ସେତେବେଳେ ORHDCର ନିର୍ଦ୍ଦେଶକ ଥିଲେ । ଏବେ ଉଚ୍ଚଶିକ୍ଷା ବିଭାଗର OSD ଅଛନ୍ତି । ଅଗଷ୍ଟ ୧୦ ତାରିଖ ପର୍ୟ୍ୟନ୍ତ ବିନୋଦ କୁମାରଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ଵାନା ଜାରି କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.