Below header

ପ୍ରେମିକ କରଜରେ ଡୁବିଥିବାରୁ ଘୁଞ୍ଚିଲା ଜାପାନ ରାଜକୁମାରୀଙ୍କ ବାହାଘର

ଟୋକିଓ : ଜାପାନର ରାଜକୁମାରୀ ମାକୋଙ୍କ ବାହାଘର ଘୁଞ୍ଚିଲା । ଏହାର କାରଣ ହେଉଛି ମାକୋଙ୍କ ଭାବି ଶାଶୁ ଋଣରେ ବୁଡ଼ି ରହିଛନ୍ତି । ସେହି ସମସ୍ୟା ସମାଧାନ ନହେବା ଯାଏ ବାହାଘର ହୋଇ ପାରିବ ନାହିଁ । ଆସନ୍ତା ନଭେମ୍ବରରେ ରାଜକୁମାରୀ ମାକୋଙ୍କ ବିବାହ ଜଣେ ଓକିଲ କେଇ କୋମୁରୋଙ୍କ ସହିତ ହେବ । ଗତ ବର୍ଷ ସେପଟେମ୍ବର ମାସରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା । ସେଠାକାର ରାଜାଘର ପରମ୍ପରା ଅନୁସାରେ ଯଦି ରାଜ ପରିବାରର କେହି ସାଧାରଣ ଲୋକଙ୍କୁ ବିବାହ କରନ୍ତି ତେବେ ଆଉ ରାଜକୀୟ ମର୍ଯ୍ୟାଦା ଓ ସମ୍ମାନରୁ ବଞ୍ଚିତ ହେବେ । ତାଙ୍କୁ ଜଣେ ସାଧାରଣ ବ୍ୟକ୍ତି ଭାବେ ଜୀବନ ଯାପନ କରିବାକୁ ପଡ଼ିବ । ତେବେ ସରକାରଙ୍କ ପକ୍ଷରୁ ତାଙ୍କୁ ସହାୟତା ସ୍ୱରୂପ ଶହେ ନିୟୁତ ୟେନ୍‌ ବା ୬ କୋଟି ୧୮ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଅନ୍ୟପକ୍ଷରେ ପୁଅର ପାଠପଢ଼ା ପାଇଁ କେଇଙ୍କ ମା ତାଙ୍କ ପାର୍ଟନର ଠାରୁ କରଜ ଆଣିଥିଲେ । ଯାହାକୁ ଶୁଝି ନପାରି ଏବେ ସେ ଋଣ ବୋଝ ତଳେ ଚାପି ହୋଇ ରହିଛନ୍ତି । ସେପଟେ ପ୍ରେମ ବିବାହ କରୁଥିବା କେଇ ଓ ମାକୋ ମଧ୍ୟ ବାହାଘର ପ୍ରସ୍ତୁତି ପାଇଁ ଅଧିକ ସମୟ ଚାହୁଁଛନ୍ତି । ଆସନ୍ତା ବର୍ଷ ଏପ୍ରିଲ ୩୦ ତାରିଖ ପରେ ଜାପାନର ବର୍ତ୍ତନାର ରାଜା ଅକିହିତୋ ରାଜା ପଦ ତ୍ୟାଗ କରିବେ । ଏହା ପରେ ତାଙ୍କ ପୁଅ ରାଜକୁମାର ନାରୁହିତୋ ସମ୍ରାଟ ପଦରେ ଅଭିଷିକ୍ତ ହେବେ । ଏସବୁ ଦୃଷ୍ଟିରୁ ରାଜକୁମାରୀଙ୍କ ବାହାଘରକୁ ଘୁଞ୍ଚାଇବାକୁ ପଡ଼ିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.