ପୁରୀ : ହତ୍ୟା ମାମଲାର ଅଭିଯୁକ୍ତ ସହ ସେଲ୍ଫି ନେଇ ଫସିଲେ ଥାନା ଅଧିକାରୀ, ଏସ୍ପିଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ମୁଖ୍ୟାଳୟକୁ ବଦଳି

ପୁରୀ : IICଙ୍କୁ ମହଙ୍ଗା ପଡ଼ିଲା ସେଲ୍ଫି। ଚନ୍ଦ୍ରାଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ଜଣେ ହତ୍ୟା ଅଭିଯୁକ୍ତ ସହ ସେଲ୍ଫି ନେଇଥିଲେ। ଅଭିଯୁକ୍ତକୁ ଥାନାକୁ ନେବା ବେଳେ ଗାଡ଼ିରେ ସେଲ୍ଫି ଉଠାଇଥିଲେ । ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚାକୁ ଆସିଥିଲେ IIC। ଏହି ଘଟଣା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୁରୀ ଏସ୍ପି। ଆଇଆଇସି ବୁଲୁ ମୁଣ୍ଡାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଗତ ୫ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ବାପା-ପୁଅଙ୍କୁ ଆକ୍ରମଣ ଘଟଣାରେ ୩ଜଣ ଗିରଫ ହୋଇଥିଲେ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁନା ଫେରାର ଥିଲା। ତେବେ ଗତକାଲି ତାକୁ ଚନ୍ଦ୍ରାଭାଗା ସାମୁଦ୍ରିକ ଥାନା ପୋଲିସ ଗିରଫ କରିଥିଲା। ପରେ ପୋଲିସ ଗାଜଡିରେ ବସାଇ ଥାନାକୁ ଆଣୁଥିବାବେଳେ ତା ସହ ସେଲ୍ଫି ନେଇଥିଲେ IIC।