Below header

ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ପରିସରରେ ପ୍ରଥମ ବିଚାର ବିଭାଗୀୟ ନ୍ୟାୟାଳୟକୁ ଉଦଘାଟନ କଲେ ମୁଖ୍ୟ ବିଚାରପତି

ଟାଙ୍ଗୀ: ବହୁ ଦିନର ଆଶା ଆକାଂକ୍ଷର ଅନ୍ତ ଘଟାଇ ଚିଲିକା ବ୍ଲକରେ ଆଜି ପ୍ରଥମ ବିଚାର ବିଭାଗୀୟ ନ୍ୟାୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି। ଏହି କୋର୍ଟ ପ୍ରତିଷ୍ଠା ପରେ ଗ୍ରାମାଞ୍ଚଳର ଗରିବ ଅଭାବୀ ଲୋକମାନେ ଖର୍ଚ୍ଚାନ୍ତ ହୋଇ ଉପର କୋର୍ଟକୁ ନ ଯାଇ ଏହି କୋର୍ଟରେ ସ୍ୱଳ୍ପ ଖର୍ଚ୍ଚରେ ନିଜ ନିଜର ଅଭିଯୋଗକୁ ଦାୟର କରି ନ୍ୟାୟ ପାଇବାର ସୁଯୋଗ ପାଇବେ।

ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡିଶାର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡକ୍ଟର ଏସ. ମୁରଲୀଧର ଉପସ୍ଥିତ ଥିଲେ । ଅନ୍ୟ ଅତିଥି ରୂପେ ନ୍ୟାୟମୂର୍ତ୍ତି ଏସ.କେ ମିଶ୍ର, ନ୍ୟାୟମୂର୍ତ୍ତି ସାବିତ୍ରୀ ରାଥୋ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଅଜୟ ପ୍ରତାପ ସ୍ୱାଇଁ, ଜିଲ୍ଲାପାଳ ସନତ କୁମାର ମହାନ୍ତି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ପୂର୍ବତନ ବିଧୟକ ରଘୁନାଥ ସାହୁ, ଦେବେନ୍ଦ୍ରନାଥ ମାନସିଂହ, ସ୍ଥାନୀୟ ଲୋକପ୍ରତିନିଧି, ବାଣପୁର ,ଚିଲିକା ଓ ଟାଙ୍ଗି ଅଂଚଳର ଓକିଲ ସଂଘର କର୍ମକର୍ତା , ବହୁ ଆଇନଜୀବୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.