Below header

ହରିହରକୁ କିଏ ହେବ ସାହା ? ମାତ୍ର ୧୭ ବର୍ଷ ବୟସରେ ଚଳୁନି ହାତ ଗୋଡ଼, ପୁଅକୁ ଭଲ କରିଦେବାକୁ ମା’ର ଆକୁଳ ନିବେଦନ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ଗାଁର ହରିହର ବଳ । ବଜରାପୁର ଗାଁର ରମେଶ ଚନ୍ଦ୍ର ବଳ ଓ ସଂଜୁଲତା ବଳଙ୍କ ଏକମାତ୍ର ପୁଅ ହରିହର । ଏବେ ସେ କଲେଜରେ ପଡୁଥାନ୍ତା । ହେଲେ ନାଁ ସେ ଠିଆ ହୋଇପାରୁଛି ନାଁ ଯାଆସ କରିପାରୁଛି । କି ରୋଗ ହୋଇଛି ହୋଇଛି କିଛି ବି ଜଣାପଡୁନି । ଗରିବ ବାପା, ମାଆ ଯାହା କିଛି ସଂଚୟ କରି ରଖିଥିଲେ ସବୁ ସାରି ଦେଲେଣି ଡାକ୍ତର ଏବଂ ଔଷଧ ପଛରେ । ହେଲେ ପୁଅ ଭଲ ହେବାର ନାଁ ଧରୁନି ।

harihara balଭଦ୍ରକଠୁ କଟକ ଏମିତିକି ଭୁବନେଶ୍ୱରର ବଡ ବଡ ଡାକ୍ତରଖାନକୁ ଯାଇଛନ୍ତି ପୁଅର ଚିକିତ୍ସା ପାଇଁ । ଧାର ଉଧାର କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । ତଥାପି ପୁଅ ନାଁ ଉଠିପାରୁଛି ନାଁ ଚଲାବୁଲା କରିପାରୁଛି । ତେଣୁ କାନ୍ଦି କାନ୍ଦି ପୁଅକୁ ଭଲ କରିଦେବାକୁ ନେହୁରା ହେଉଛନ୍ତି ମାଆ।
ସବୁ ଭଲ ଥିଲା । ପୁଅ ହରିହର ସ୍କୁଲ ଯାଉଥିଲା । ପାଠ ମଧ୍ଯ ପଢୁଥିଲା ଏମିତିକି ସାଙ୍ଗ ସାଥି ଓ ପରିବାର ଲୋକଙ୍କ ସହ ହସ ଖୁସରେ ଖେଳୁଥୁଲା ବୁଲୁଥୁଲା ।

motherହେଲେ ହଠାତ କଣ ହେଲା କେଜାଣି ହାତ, ଗୋଡ ଅଚଳ ହୋଇଗଲା । ଏବେ ଗୋଟିଏ ସ୍ଥାନରେ ସେମିତି ବସି ରହୁଛି । ତାର ଇଚ୍ଛା ଆଗ ଭଳି ସାଙ୍ଗଙ୍କ ସହ ସ୍କୁଲ ଯାଇ ପାଠ ପଢ଼ିବ । ହେଲେ ଦଇବ ଯେମିତି ତାର ହାତଗୋଡ଼ ସହ ଇଚ୍ଛାକୁ ବି ବାନ୍ଧି ଦେଇଛି । ଏପଟେ ହରିହରର ଚିକିତ୍ସା ପାଇଁ ବାପା ମା’ଙ୍କ ହାତରେ ଆଉ ଅର୍ଥବଳ ନାହିଁ । ଏବେ ନିରୁପାୟ ହୋଇ ସହାୟତା ମାଗିଛନ୍ତି ।

ଗୋଟିଏ ପିଲାର ଜୀବନ ଓ ଭବିଷ୍ୟତ ପାଇଁ ଆପଣମାନଙ୍କ ସହାୟତା ମୂଲ୍ୟ ହେବ । ଯୋଗାଯୋଗ କରିବାର ଫୋନ୍‌ ନମ୍ବର ହେଉଛି 8260548219 ।

ଭଦ୍ରକ ଚାନ୍ଦବାଲିରୁ ଦେବାଶିଷ ପାଢ଼ୀ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.