RBIରେ ନିଯୁକ୍ତି ସୁଯୋଗକୁ ହାତଛଡା କରନ୍ତୁ ନାହିଁ, ୧୦ମ ପାସ୍ ପ୍ରାର୍ଥୀ କରନ୍ତୁ ଆପ୍ଲାଏ

ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ(RBI)ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଆପଣଙ୍କ ସ୍ବପ୍ନ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି। ଆରବିଆଇ ପକ୍ଷରୁ ସିକ୍ଯୁରିଟ ଗାର୍ଡ ପଦବୀ ଖାଲି ପଡିଛି। ଏଠାରେ ପଦବୀରେ ଆବେଦନ କରିବା ପାଇଁ ଅଧିକ ବିବରଣୀ ବିଷୟରେ ଜାଣିବା ପାଇଁ ଅଫିସିଆଲ ୱେବସାଇଟ www.rbi.org.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହି ନିଯୁକ୍ତି ଦେଶର ୧୮ଟି ସହର ପାଇଁ ବାହାରିଛି।

ପଦବୀ ବିବରଣୀ: ୨୪୧

ଏସସି: ୩୨
ଏସଟି: ୩୩
ଓବିସି: ୪୫
EWC : ୧୮
ଅଣସଂରକ୍ଷିତ: ୧୧୩

ଜରୁରୀ ତାରିଖ: ୨୨ ଜାନୁଆରୀରୁ ଆବେଦନ କରିବାର ତାରିଖ ଆରମ୍ଭ ହେଉଥିବା ବେଳେ ଶେଷ କରିବାର ତାରିଖ ୧୨ ଫେବ୍ରୁଆରୀ ରହିଛି। ଅନଲାଇନ ଶୁଳ୍କ ପେମେଣ୍ଟ କରିବାର ତାରିଖ ୧୨ ଫେବ୍ରୁଆରୀ ରହିଛି।

ଶିକ୍ଷାଗତ ଯୋଗ୍ଯତା: ଆରବିଆଇ ସିକ୍ଯୁରିଟି ଗାର୍ଡ ଭର୍ତ୍ତି ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥା କିମ୍ବା ୧୦ମ ଶ୍ରେଣୀ ପାସ୍ କରିଥିବା ଆବଶ୍ଯକ।

job

ବୟସ ସୀମା: ଯୋଗ୍ଯ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଆବଶ୍ଯକ। ଓବିସି ବର୍ଗ ପାଇଁ ତିନିବର୍ଷ ଏବଂ ଏସସି, ଏସଟି ବର୍ଗ ପାଇଁ ୫ ବର୍ଷ ରିହାତି ରହିଛି।

ଆବେଦନ ଶୁଳ୍କ: ସାଧାରଣ ଏବଂ ଓବିସି ବର୍ଗ ପାଇଁ ୫୦ ଟଙ୍କା, ଏସସି/ଏସଟି ପାଇଁ ୫୦ ଟଙ୍କା ରହିଛି।

ଚୟନ ପ୍ରକ୍ରିୟା: ଯୋଗ୍ଯ ପ୍ରାର୍ଥୀଙ୍କ ଚୟନ ଅନଲାଇନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ଯୁ ଆଧାରରେ କରାଯିବ।

https://ibpsonline.ibps.in/rbirpsgdec20/

https://rbidocs.rbi.org.in/rdocs/Content/PDFs/SECURITYGUARDS2020FE0D84160BC54A1687D88F6652B35DDB.PDF

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.