DN ଗ୍ରୁପ୍ ଉପରେ ସରିଛି ଆୟକର ବିଭାଗର ରେଡ୍, ଖୁବଶୀଘ୍ର ପଞ୍ଝା ମାରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
କମ୍ପାନୀ ମୁଖ୍ୟ ଜଗଦୀଶ ପ୍ରସାଦ ନାୟକ ଓ ଅନ୍ୟ କର୍ମଚାରୀଙ୍କୁ ଜେରା କରିବାକୁ ନୋଟିସ୍ କରିବ ଇଡି । ଆଇଟି ବିଭାଗ ପକ୍ଷରୁ ଜବତ ଦସ୍ତାବିତ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆୟକର ଫାଙ୍କିବା ଅଭିଯୋଗରେ ଡିଏନ୍ ଗ୍ରୁପ୍ ଉପରେ ୪ ଦିନ ଧରି ମାରାଥନ୍ ରେଡ୍ କରିଥିଲା ଆୟକର ବିଭାଗ ।

ଭୁବନେଶ୍ବର(କେନ୍ୟୁଜ୍):ଟିକସ ଫାଙ୍କିବା ଅଭିଯୋଗରେ DN ଗ୍ରୁପ୍ ଉପରେ ସରିଛି ଆୟକର ବିଭାଗର ରେଡ୍ । ଖୁବଶୀଘ୍ର ପଞ୍ଝା ମାରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କମ୍ପାନୀ ମୁଖ୍ୟ ଜଗଦୀଶ ପ୍ରସାଦ ନାୟକ ଓ ଅନ୍ୟ କର୍ମଚାରୀଙ୍କୁ ଜେରା କରିବାକୁ ନୋଟିସ୍ କରିବ ଇଡି । ଆଇଟି ବିଭାଗ ପକ୍ଷରୁ ଜବତ ଦସ୍ତାବିତ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆୟକର ଫାଙ୍କିବା ଅଭିଯୋଗରେ ଡିଏନ୍ ଗ୍ରୁପ୍ ଉପରେ ୪ ଦିନ ଧରି ମାରାଥନ୍ ରେଡ୍ କରିଥିଲା ଆୟକର ବିଭାଗ ।
କମ୍ପାନୀ ମୁଖ୍ୟ ଜଗଦୀଶ ନାୟକ ଓ ଅନ୍ୟ କର୍ମଚାରୀଙ୍କୁ ଜେରା ହୋଇଛି । ଟିକସ ଫାଙ୍କିବା, ବେନାମୀ ଟଙ୍କାର ସୂତ୍ର ସମ୍ପର୍କରେ ସେମାନଙ୍କୁ ପୃଥକ ପୃଥକ ଓ ମୁହାଁମୁହିଁ ବସାଇ ଜେରା ହୋଇଥିଲା । ରେଡ୍ ବେଳେ ଜବତ ହୋଇଛି କୋଟି କୋଟି ଟଙ୍କା । ଡିଏନ୍ ଗ୍ରୁପ୍ ମୁଖ୍ୟ କାର୍ଯ୍ୟାଳୟରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ପେନ୍ ଡ୍ରାଇଭ, ଲାପଟପ୍, ହାର୍ଡଡିସ୍କ ଆଜି ଜବତ ହୋଇଛି ।
ସେସବୁ ଡିଜିଟାଲ୍ ପ୍ରମାଣକୁ ଏକ୍ସପର୍ଟଙ୍କ ମାଧ୍ୟମରେ ଛାନଭିନ୍ କରୁଛି ଆୟକର ବିଭାଗ । ଆୟର ଉତ୍ସ ଦେଖାଇ ନପାରିଲେ ଏହା ବେଆଇନ ଆୟ ବୋଲି ଜଣାପଡିବ । ଏହି ଟଙ୍କା ଉପରେ ଟିକସ, ପେନାଲଟି, ସୁଧ ଆଦିକୁ ମିଶାଇ ଆଦାୟ କରିବ ଆୟକର ବିଭାଗ । .