ପ୍ଲାଷ୍ଟିକରେ ଭରିଯାଉଛି ସମୁଦ୍ର, ଡେଡ ଜୋନରେ ୪୦୦ ସ୍ଥାନ

ପ୍ରତ୍ୟେକ ବର୍ଷ ୮ରୁ ୧୨ ମେଟ୍ରିକ ଟନ ପ୍ଲାଷ୍ଟିକ ସମୁଦ୍ରରେ ପକାଯାଉଛି । ଡେଡ ଜୋନ ହେଉଛି ସେହି ସ୍ଥାନ ଯେଉଁଠାରେ ପାଣିରେ ଅମ୍ଳଜାନର ପରିମାଣ ବହୁତ କମ୍‌ କିମ୍ବା ଅମ୍ଳଜାନ ନଥାଏ । ବର୍ତ୍ତମାନ ଦୁନିଆରେ ଏପରି ୪୦୦ଟି ଜୋନ ରହିଛି ।

ସମ୍ପୂର୍ଣ୍ଣ ସମୁଦ୍ର ବର୍ତ୍ତମାନ ପ୍ଲାଷ୍ଟିକରେ ଭରି ପଡ଼ିଛି । ମଣିଷ ଯେଉଁଭଳି ସମୁଦ୍ର ପାଣିକୁ ନଷ୍ଟ କରୁଛି ତାହା ଆଗାମୀ ଭବିଷ୍ୟତରେ ଭୟଙ୍କର ହେବ । ମଣିଷ ବଞ୍ଚିବା ପାଇଁ ପ୍ରକୃତି ପାଣି, ଭୂମି, ଗଛ, ଖାଦ୍ୟ ସବୁକିଛି ଦେଇଛି । କିନ୍ତୁ ମଣିଷ ଏହି ସବୁ ସୁବିଧା ପରିବର୍ତ୍ତେ ପୃଥିବୀକୁ ଧ୍ୱଂସ କରି ଚାଲିଛି । ପ୍ରଦୂଷଣ, ଗଛ କାଟିବା ଏବଂ ଏତେ ଅଧିକ ମାତ୍ରାରେ ପ୍ଲାଷ୍ଟିକ ଦେଇଛି ଯେ ଏହା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଯେଉଁଠାକୁ ଯିବ ସେହି ସ୍ଥାନକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବ । ସ୍ଥଳଭାଗ ନଷ୍ଟ ହେବା ସହ ସମୁଦ୍ର ମଧ୍ୟ ଏହାର ଶିକାର ହୋଇଛି । ରିପୋର୍ଟ ଅନୁସାରେ ପ୍ରତ୍ୟେକ ବର୍ଷ ୧୨ ମିଲିୟନ ମେଟ୍ରିକ ଟନ ପ୍ଲାଷ୍ଟିକ ମଣିଷଙ୍କ ଦ୍ୱାରା ସମୁଦ୍ରରେ ପକାଯାଉଛି । ଏହି ପ୍ଲାଷ୍ଟିକ କେବଳ ମାଛମାନଙ୍କୁ ମାରୁଛି ତାହା ନୁହେଁ, ଏହା ଧୀରେ ଧୀରେ ସମଗ୍ର ସମୁଦ୍ରକୁ ଗ୍ରାସ କରୁଛି ।

ନିକଟରେ ଏନଭାଇରମେଣ୍ଟାଲ ପ୍ରୋଟେକ୍ସନ ଏଜେନ୍ସି ଏକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ପ୍ରତ୍ୟେକ ବର୍ଷ ୮ରୁ ୧୨ ମେଟ୍ରିକ ଟନ ପ୍ଲାଷ୍ଟିକ ସମୁଦ୍ରରେ ପକାଯାଉଛି । ସେହିପରି ସମଗ୍ର ଦୁନିଆରେ ସମୁଦ୍ର ପୃଷ୍ଠରେ ୧୫ରୁ ୫୧ ଟ୍ରିଲିୟନ ପ୍ଲାଷ୍ଟିକ ଖଣ୍ଡ ଭାସୁଛି । ଏହି ରିପୋର୍ଟ ଅନୁଯାୟୀ ପ୍ରତ୍ୟେକ ବର୍ଗ ମାଇଲରେ ୪୬,୦୦୦ ଖଣ୍ଡ ପ୍ଲାଷ୍ଟିକ ଭାସୁଛି । କାଲିଫର୍ଣ୍ଣିଆ ଏବଂ ହାଓ୍ଵାଇ ମଧ୍ୟରେ ଯେଉଁ ସମୁଦ୍ର ରହିଛି ସେଠାରେ ଦୁଇଟି ସ୍ଥାନ ଏପରି ରହିଛି ଯେଉଁଠାରେ ସବୁଠାରୁ ଅଧିକ ବଜ୍ୟର୍ବସ୍ତୁ ସଂଗ୍ରହ କରାଯାଏ ।

ତେବେ ଡେଡଜୋନ କଣ ? କେଉଁ ସ୍ଥାନ ଡେଡ ଜୋନ ଭାବେ ଚିହ୍ନିତ ହୋଇଛି ଆପଣ ନିଶ୍ଚିତ ଜାଣିବାକୁ ଚାହୁଁଥିବେ । ଡେଡ ଜୋନ ହେଉଛି ସେହି ସ୍ଥାନ ଯେଉଁଠାରେ ପାଣିରେ ଅମ୍ଳଜାନର ପରିମାଣ ବହୁତ କମ୍‌ କିମ୍ବା ଅମ୍ଳଜାନ ନଥାଏ । କିଛି ଲୋକ ଏହାକୁ ବୈଜ୍ଞାନିକ ଭାଷାରେ ହାଇପୋକ୍ସିକ ଜୋନ ମଧ୍ୟ କହିଥାନ୍ତି । ବର୍ତ୍ତମାନ ଦୁନିଆରେ ଏପରି ୪୦୦ଟି ଜୋନ ରହିଛି । ଏଠାରେ ମାଛମାନଙ୍କ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି ଏବଂ ଏହି ଜୋନରେ ଫସି ରହି ସେମାନେ ମୃତ୍ୟୁବରଣ କରୁଛନ୍ତି । ଏହାର କାରଣ ହେଉଛି ସମୁଦ୍ରରେ ଭାସୁଥିବା ଲକ୍ଷ ଲକ୍ଷ ଟନର ପ୍ଲାଷ୍ଟିକ । ପ୍ଲାଷ୍ଟିକ ସମୁଦ୍ର ପୃଷ୍ଠରେ ଏତେ ମାତ୍ରାରେ ବିସ୍ତାର ହୋଇଛି ଯେ ସୂର୍ଯ୍ୟ କିରଣ ପାଣି ତଳେ ପ୍ରବେଶ କରି ପାରୁ ନାହିଁ ।

Science.org ରିପୋର୍ଟ ଅନଯାୟୀ, ସମୁଦ୍ରରେ ଅଧିକ ପ୍ଲାଷ୍ଟିକ ପକାଉଥିବା ଦେଶ ହେଉଛି ଫିଲିପାଇନ୍ସ, ଯାହା ସମୁଦ୍ରରେ ୩,୫୬,୩୭୧ ମେଟ୍ରିକ ଟନ ପ୍ଲାଷ୍ଟିକ ପକାଉଛି । ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପ୍ରତିବର୍ଷ ୧,୨୬,୫୧୩ ମେଟ୍ରିକ ଟନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ରରେ ପକାଇଥାଏ । ଏହିପରି ଭାବେ ମାଲେସିଆ ତୃତୀୟ ସ୍ଥାନରେ ଏବଂ ଚୀନ ଚତୁର୍ଥ ସ୍ଥାନରେ ରହିଛି । ଇଣ୍ଡୋନେସିଆ ପଞ୍ଚମ ସ୍ଥାନରେ ରହିଛି ।

ଅଧିକାଂଶ ଅଳିଆ ଦୁନିଆରେ ଥିବା ବିଭିନ୍ନ ନଦୀ ଦ୍ୱାରା ସମୁଦ୍ରରେ ପହଞ୍ଚିଥାଏ । ପ୍ରତିବର୍ଷ ସମୁଦ୍ରରେ ପ୍ରବେଶ କରୁଥିବା ପ୍ଲାଷ୍ଟିକ ସମେତ ସମସ୍ତ ଅଳିଆ ମଧ୍ୟରୁ ୮୮ରୁ ୯୫ ପ୍ରତିଶତ ଅଳିଆ ପୃଥିବୀର ୧୦ଟି ନଦୀରୁ ଆସିଥାଏ । ଏହି ନଦୀ ମଧ୍ୟରେ ଆଫ୍ରିକାର ନୀଳ ନଦୀ ଏବଂ ନାଇଜର ନଦୀ ଅନ୍ୟତମ । କିନ୍ତୁ ଅନ୍ୟ ୮ଟି ନଦୀ ଏସିଆର ବୋଲି ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.