Below header

ସ୍ୱାଧୀନତା ଦିବସ ପାଇଁ ଘୋଷଣା : ଓଡ଼ିଶାର ୨୯ ଜଣଙ୍କୁ ମିଳିବ ପୋଲିସ ପଦକ

ଭୁବନେଶ୍ବର : ସ୍ୱାଧୀନତା ଦିବସ ପାଇଁ ଘୋଷଣା ହେଲା ପୋଲିସ ପଦକ । ଓଡ଼ିଶାର ୨୯ ଜଣଙ୍କୁ ପଦକ ମିଳିବ । ଉଲ୍ଲେଖନୀୟ ସେବା ପାଇଁ ୪ଜଣ ରାଷ୍ଟ୍ରପତି ପୋଲିସ ପଦକ ପାଇବେ । ଏମାନେ ହେଲେ ଇଓଡବ୍ଲୁ ଆଡିସନାଲ ଏସ୍ପି ସରୋଜ କୁମାର ରଥ, ଇଓଡବ୍ଲୁ ଆଡିସନାଲ ଏସ୍ପି ଜ୍ଞାନରଞ୍ଜନ ମହାନ୍ତି । ଭିଜିଲାନ୍ସ ଆଡିସନାଲ ଏସ୍ପି ଏମ୍. ରାଧାକ୍ରିଷ୍ଣା ଓ ଭିଜିଲାନ୍ସ ସବ୍ଇନ୍ସପେକ୍ଟର ରମେଶ ଚନ୍ଦ୍ର ନାୟକ । ସାହସିକତା ପାଇଁ ୧୧ ଜଣଙ୍କୁ ପଦକ ପ୍ରଦାନ କରାଯିବ । ସେହିପରି ଉତ୍ତମ ସେବା ପାଇଁ ୧୪ ଜଣ ପୋଲିସ ପଦକ ପାଇବେ । ସ୍ୱାଧୀନତା ଦିବସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପୋଲିସ ପଦକ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.