କମେଣ୍ଟ ମାରିବା ପଡିଲା ମହଙ୍ଗା : ଦୁଇ ଯୁବକଙ୍କୁ ହାତଗୋଡ଼ ବାନ୍ଧି ପିଟିଲେ ଗାଁ ଲୋକେ

ବଲାଙ୍ଗିର : ଗାଁ ଦାଣ୍ଡରେ ଦୁଇ ଯୁବକଙ୍କୁ ହାତଗୋଡ଼ ବାନ୍ଧି ମାଡ ମାରିଲେ ଗାଁ ଲୋକ । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ତୁଙ୍ଗୁରିପିଟା ଗାଁରେ ଏହି ଘଟଣା ଘଟିଛି । ଗାଁରେ ଜଣେ ମହିଳାଙ୍କୁ କମେଣ୍ଟ ମାରିବାକୁ ନେଇ ବିବାଦ ଦେଖାଦେଇଥିଲା । ପରେ ଦୁଇଜଣ ଯୁବକଙ୍କୁ ଲୋକମାନେ ଗାଁ ଦାଣ୍ଡରେ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଛନ୍ତି । ଏନେଇ ତୁଷୁରା ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.