Below header

ସ୍ୱାଧୀନତା ଦିବସ ଉପଲକ୍ଷେ ପୋଲିସ ପଦକ ଘୋଷଣା

କେନ୍ୟୁଜ୍: ସ୍ୱାଧୀନତା ଦିବସ ଉପଲକ୍ଷେ ପୋଲିସ ପଦକ ଘୋଷଣା । ବିଭିନ୍ନ କ୍ଷେତ୍ରରେ ମୋଟ୍‌ ୩୯ ଜଣ ପୋଲିସ ଅଧିକାରୀଙ୍କୁ ପଦକ ମିଳିବ । ସାହସିକତା ପାଇଁ ୨୬ ଜଣ ପୋଲିସ ଅଧିକାରୀଙ୍କୁ, ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ପ୍ରଦାନ କରାଯିବ । ଆସନ୍ତାକାଲି ସ୍ୱାଧୀନତା ଦିବସ ଉପଲକ୍ଷେ ଜୟଦେବ ଭବନରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଅଗ୍ନିଶମ, ହୋମ ଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାରୁ ୧୧ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ଅଗ୍ନିସେବା କ୍ଷେତ୍ର୍ରରେ ବିଶିଷ୍ଟ ସେବା ପାଇଁ ଭାରତ ଭୂଷଣ ନାୟକଙ୍କୁ ପୁରସ୍କୃତ କରାଯିବ । ସେହି କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ତ୍ରିଲୋକ କୁମାର ବାବୁ, ଗୁଣଧର ଜେନା, ଦୟାନିଧି ମିଶ୍ର, ନିରଞ୍ଜନ ମନ୍ତ୍ରୀ, ବିଜୟ ନାରାୟଣ ପଣ୍ଡା ଓ ସର୍ବେଶ୍ୱର ମହାରଣାଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ର୍ରରେ ପ୍ରଶଂସନୀୟ ସେବା ପାଇଁ ଅରୁଣ ଜେନା, ଏନ୍‌ ରାଜେନ୍ଦ୍ର ଦୋରା, ରମେଶ ଚନ୍ଦ୍ର ମହାନ୍ତି ଏବଂ ଲିଲି ପୃଷ୍ଟିଙ୍କୁ ଏହି ସମ୍ମାନ ମିଳିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.