ରେକର୍ଡ: ୭୫,୦୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଲା ୧ କିଲୋ ‘ଗୋଲ୍ଡେନ୍‌ ବଟରଫ୍ଲାଇ’ ଚା’

ଗୌହାଟୀ ଚା’ ନିଲାମ କେନ୍ଦ୍ର(ଜିଟିଏସି) ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଇତିହାସ ରଚିଛି। ୧ କିଲୋ ‘ଗୋଲ୍ଡେନ୍‌ ବଟରଫ୍ଲାଇ’ ଚା’କୁ ୭୫,୦୦୦ ଟଙ୍କା ମୂଲ୍ୟରେ ବିକ୍ରି କରିଛି। ଗୋଲ୍ଡେନ୍‌ ବଟରଫ୍ଲାଇ ଏକ ବିଶେଷ ଚା’, ଯାହାର ଉତ୍ପାଦନ ଡିବ୍ରୁଗଡ଼ ନିକଟ ଡିକୋମ୍‌ ଚା’ ଶିଳ୍ପାଞ୍ଚଳରେ କରାଯାଇଛି।

ଏହି ଦୋକାନ କିଣିଲା ମହଙ୍ଗା ଚା’

ଜିଟିଏସି ସଚିବ ଦିନେଶ ବିହାନୀ କହିଛନ୍ତି, ଏହି ଚା’କୁ ଗୌହାଟୀର ସବୁଠାରୁ ପୁରୁଣା ଚା’ ଦୋକାନ ‘ମେସର୍ସ ଆସାମ ଟି ଟ୍ରେଡର୍ସ’ ନିଜ ଗ୍ରାହକଙ୍କ ପାଇଁ କିଣିଛି। ପୂର୍ବରୁ ମଧ୍ୟ ଏହି ଦୋକାନ ନିଲାମରେ ଅଧିକ ଦାମ ଦେଇ କେତେକ ସ୍ପେଶାଲ ଚା’ କିଣି ସାରିଛି।
ଜିଟିଏସି ଏକ ନ୍ୟୁଜ୍‌ ଏଜେନ୍ସିକୁ କହିଛି ଯେ ଏହି ନିଲାମ କେନ୍ଦ୍ର ସମସ୍ତ ସେଲରଙ୍କୁ ସୁଯୋଗ ଦେଇଥାଏ, ଯେଉଁମାନେ ନିଜ ଚା’କୁ ଭଲ ଦାମରେ ବିକ୍ରି କରିବାକୁ ଚାହାଁନ୍ତି।

ଏହାସହ ପଢ଼ନ୍ତୁ: ୯ ବର୍ଷର ବାଳିକା ହେଲେ ଗ୍ରିନ୍ ମଣିପୁର ମିସନର ବ୍ରାଣ୍ଡ ଆମ୍ବାସଡର, ଏହା ପଛରେ ରହିଛି ଏହି ରୋଚକ ଘଟଣା

golden2

ମଙ୍ଗଳବାର ହୋଇଥିବା ଏହି ରେକର୍ଡ ପୂର୍ବରୁ ଗତ ଥରର ରେକର୍ଡ ‘ମାଇଜାନ୍‌ ଅର୍ଥୋଡକ୍ସ ଗୋଲ୍ଡେନ୍‌ ଟି’ର ଥିଲା, ଯାହାକି କିଲୋ ପିଛା ୭୦,୫୦୧ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିଲା। ଏହି ଚା’କୁ ହାତରେ ପେଶି ଖରାରେ ଶୁଖାଯାଇଥାଏ।

କ’ଣ ଏହି ‘ଗୋଲ୍ଡେନ୍‌ ବଟରଫ୍ଲାଇ’ ଚା’ର ସ୍ୱତନ୍ତ୍ରତା

୨୦୧୨ରେ ଲଣ୍ଡନର ଏକ ଡିପାର୍ଟମେଣ୍ଟାଲ ଷ୍ଟୋରକୁ ଆସୁଥିବା କିଛି ଲୋକ ଏହାର ନାମକରଣ କରିଥିଲେ। ଯେତେବେଳେ ପ୍ରଥମେ ଏହି ଚା’ର ଉତ୍ପାଦନ ହୋଇଥିଲା, ସେତେବେଳେ ବଗିଚାରେ ବହୁ ସଂଖ୍ୟକ ପ୍ରଜାପତିଙ୍କୁ ଦେଖିବାକୁ ମିଳିଥିଲା। ଏହି ଚା’ର ଉତ୍ପାଦନ ବହୁତ ସାବଧାନତା ଓ ଧ୍ୟାନର ସହ କରାଯାଇଥାଏ। କିଛି ସଫ୍ଟ ଗୋଲ୍ଡେନ୍‌ ଟିପ୍ସରେ ଏହା ଉତ୍ପାଦନ ହୋଇପାରିଥାଏ। ଜୁନ ମାସର କେବଳ ଗୋଟିଏ ସପ୍ତାହ ଉତ୍ପାଦନରେ ହିଁ ଏହି ଚା’ର କ୍ୱାଲିଟି ସବୁଠାରୁ ଭଲ ଆସିଥାଏ, ଯାହାର ସ୍ୱାଦ ରୋଷ୍ଟେଡ୍‌ ସୁଗାର ଭଳି ହୋଇଥାଏ।