ଘଟଗାଁ: ଶିକ୍ଷକଙ୍କ ଠାରୁ ଲୁଟ ଘଟଣା, ଦୁଇ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଘଟଗାଁ(କେନ୍ୟୁଜ): ଗତ ୧୦ ତାରିଖ ଦିନ ଘଟଗାଁ ଥାନା ଅନ୍ତର୍ଗତ ଛୋଟରାୟପୁର ଗ୍ରାମ ରାସ୍ତାରେ ହରିଚନ୍ଦନପୁର ବ୍ଲକର ବିଭିନ୍ନ ସ୍ଥାନରେ ଚାକିରି କରୁଥିବା ୪ଜଣ ଶିକ୍ଷକ ସ୍କୁଲ ଛୁଟି ପରେ ଘରକୁ ଯାଉଥିବା ବେଳେ ୬ ଜଣ ଦୁର୍ବୁତ ୩ଟି ବାଇକରେ ଆସି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଶିକ୍ଷକ ମାନଙ୍କ ଠାରୁ ଗୋଟିଏ ବାଇକ,ଜରୁରୀ କାଗଜପତ୍ର ଥିବା ୩ଟିବ୍ୟାଗ,୨ଟି ମୋବାଇଲ ଓ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ଘଟଗାଁ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ୨ ଅଭିଯୁକ୍ତକୁ ଚିହ୍ନଟ କରି ଘଟଗାଁ ଥାନା ଅନ୍ତର୍ଗତ ପୁଛୁଳାବେଡା ଗ୍ରାମରେ ଚଢାଉ କରି ବସନ୍ତ ନାଏକ ଓ ଦୁଷ୍ମ୍ମନ୍ତ ମହାକୁଡକୁ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ,୫ଟି ଜୀବନ୍ତ ଗୁଳି,୨ଟି ମୋବାଇଲ ଓ ୩ଟି ବାଇକ ପୋଲିସ ଜବତ କରିଥିବା ବେଳେ ଅନ୍ୟ ୪ ଜଣ ସହଯୋଗୀ ଏବେବି ଫେରାର ଅଛନ୍ତି । ତେବେ ଖୁବଶିଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରେସମିଟ ଜରିଆରେ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.