ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି । ଚଳିତବର୍ଷ ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ଲୋୟର ପିଏମଜି ଉପରେ ନଜର ରଖିବ ସିସିଟିଭି । ଷ୍ଟେସନ, ବିମାନବନ୍ଦର, ଜନଗହଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଚଳିତବର୍ଷ ୪୨ଟି ଟ୍ରୁପ୍ ପରେଡ୍ରେ ସାମିଲ ହେବେ । ଆଜି ଫାଇନାଲ ରିହର୍ସଲ ଅଛି । କାଲି ରେଷ୍ଟ ଡେ’। ଏଥର ପରେଡ୍ରେ ନୂଆ ଦଳ ଭାବେ ପଶ୍ଚିମବଙ୍ଗ ପୋଲିସ ଓ ମର୍ଚାଣ୍ଟ ନ୍ୟାଭି ଭାଗ ନେବେ । ଏଥର ମୁଖ୍ୟ ଆକର୍ଷଣ ହେବ ଯୁବକ ଯୁବତୀଙ୍କ ଡେୟାର ଡେଭିଲ ସୋ’ । ୭ଟି ବୁଲେଟ୍ରେ ଯୁବକ ଓ ୭ଟି ବୁଲେଟରେ ଯୁବତୀଙ୍କ ଷ୍ଟଣ୍ଟ ଦେଖିବାକୁ ମିଳିବ । ଯୁବକମାନେ ଭାରତୀୟ ବାୟୁସେନାର ସୌନ୍ଦର୍ୟ୍ୟର ପ୍ରତୀକ ଯୁଦ୍ଧ ବିମାନ ରାଫେଲ କାର୍ୟ୍ୟଶୈଳୀ ପ୍ରଦର୍ଶନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.