ପାରାଦୀପ ସିଏଚଏ କଲୋନୀରେ ଯୁବକଙ୍କୁ ଛୁରାମାଡ଼

ପାରାଦୀପ : ସିଏଚଏ କଲୋନୀରେ ଯୁବକଙ୍କୁ ଛୁରାମାଡ଼ । ଗତକାଲି ରାତିରେ ଦୁଇ ଜଣ ଯୁବକ ବାଇକରେ ଆସି ଉମେଶ ଜେନା ନାମକ ବ୍ୟକ୍ତିଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି । ଉମେଶଙ୍କ ଡାହାଣ କାନ୍ଧରେ ଛୁରାମାଡ ହୋଇଛି । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପାରାଦୀପ ବନ୍ଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।