ନୂଆପଡ଼ା ଧରଣୀମାଲ ଗାଁରେ ଶିଶୁକୁ ଚେଙ୍କ ଅଭିଯୋଗ

ନୂଆପଡ଼ା(କେନ୍ଯୁଜ୍) :ନୂଆପଡ଼ା ବୋଡେନ ବ୍ଲକ ଧରଣୀମାଲ ଗାଁରେ ଜଣେ ୨ ମାସର ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ । ଧରଣୀମାଲ ଗାଁର ରୂପସିଂ କଟା ଓ ତାଙ୍କ ସ୍ତ୍ରୀ ମନ୍ଦାର କଟାଙ୍କ ୨ ମାସର ଶିଶୁକୁ ଜ୍ୱର ହୋଇଥିଲା । ଏଥିସହ ତାର ପେଟ ଫୁଲି ଯାଇଥିଲା । ହେଲେ ସଚେତନତା ଅଭାବରୁ ପରିବାର ଲୋକ ତାକୁ ଡାକ୍ତରଖାନା ନନେଇ ଦିଶାରୀଙ୍କ ନିକଟକୁ ନେଇଥିଲେ । ରୋଗ ଉପଶମ ନାଁରେ ଦିଶାରୀ ଶିଶୁଟିକୁ ଲୁହାରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ଶିଶୁଟି ଗୁରୁତର ହୋଇପଡ଼ିବାରୁ ତାକୁ ଚିକିତ୍ସା ପାଇଁ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.