Below header

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରାହୁରେଖା ଲାଗି

ପୁରୀ (କେନ୍ୟୁଜ୍) :ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରାହୁରେଖା ଲାଗି କରାଯିବ । ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ଏହି ରାହୁରେଖାକୁ ସ୍ନାନ ପୂର୍ଣ୍ଣିମାଠାରୁ କାଢି ନିଆଯାଇଥିଲା । ଏହି ରାହୁ ରେଖାରେଖାକୁ ଆଜି ଭୋଗ ମଣ୍ଡପ ନୀତି ପରେ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ମସ୍ତକରେ ପୁଣି ଥରେ ଲଗାଇବେ ।

ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଭୋଗ ମଣ୍ଡପ ପରେ ଅର୍ଥାତ୍ ଅପରାହ୍ଣ ପ୍ରାୟ ୨ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ହେବ ନାହିଁ । ଏହି ରାହୁ ରେଖା ଶ୍ରାବଣ ମାସ ଶେଷ ସହ ମହାପ୍ରଭୁଙ୍କୁ ଲାଗି କରାଯିବାର ବିଧି ରହିଛି । ମହାପ୍ରଭୁଙ୍କୁ ରାହୁଙ୍କ ପ୍ରଭାବରୁ ମୁକ୍ତ ରଖିବା ପାଇଁ ଏହି ଅଳଙ୍କାର ଲଗାଯାଇଥାଏ ବୋଲି କିମ୍ବଦନ୍ତୀ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.